40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜରିମାନା ଜମା ପାଇଁ ଜୁହିଙ୍କୁ ସପ୍ତାହେ ସମୟ

ଜରିମାନା ଜମା ପାଇଁ ଜୁହିଙ୍କୁ ସପ୍ତାହେ ସମୟ

ନୂଆଦିଲ୍ଲୀ:  ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ଦେଶରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ୫ଜି ୱେୟାରଲେସ୍ ନେଟୱର୍କ ପ୍ରତିବାଦରେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାଏର୍ କରିଥିଲେ ହେଁ ଏହାର ଅନଲାଇନ୍ ଶୁଣାଣିକୁ ଭାଇରାଲ୍ କରିବା ଅଭିଯୋଗରେ ତାଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା । ତାଙ୍କ ସହ ଆହୁରି ଦୁଇ ଜଣଙ୍କ ଉପରେ ମଧ୍ୟ ଜରିମାନା କରାଯାଇଥିବା ବେଳେ ଗୁରୁବାର ଏହି ଟଙ୍କା ଜମା କରିବା ସକାଶେ ହାଇକୋର୍ଟ ଜୁହି ଓ ଅନ୍ୟ ଦୁଇ ଜଣଙ୍କୁ ସପ୍ତାହେ ସମୟ ଦେଇଛନ୍ତି । ଏଥିସହ ଜୁହି ଓ ଅନ୍ୟ ଦୁଇ ଜଣ ଆବେଦନକାରୀଙ୍କ ଆଚରଣ ନେଇ ଜଷ୍ଟିସ୍ ଜେଆର୍ ମିଧା ଚକିତ ହୋଇଛନ୍ତି । ଜରିମାନା ପଇଠ କରିବା ପାଇଁ ଜୁହି ଓ ଅନ୍ୟ ଦୁଇ ଜଣଙ୍କର ସାମାନ୍ୟତମ ଆଗ୍ରହ ନ ଥିବା ସେ ଲକ୍ଷ୍ୟ କରୁଥିବା ଜଷ୍ଟିସ୍ ମିଥା କହିଛନ୍ତି ।

ଜୁହିଙ୍କ ଉପରେ ଜରିମାନା ହେବାପରେ ସେ କୋର୍ଟ ଫି’ ଫେରସ୍ତ, କୋର୍ଟ ଫି’ ଛାଡ଼ ଓ ଶୁଣାଣିରୁ ଡିସମିସ୍ ଓ ରିଜେକ୍ଟେଡ୍ ଶବ୍ଦ ହଟାଇବାକୁ ଏକ ଆବେଦନ ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଓକିଲ ବରିଷ୍ଠ ଆଇନଜୀବୀ ମିତ୍ ମାଲହୋତ୍ରା କୋର୍ଟ ଫି\’ ଛାଡ଼ ସଂକ୍ରାନ୍ତ ଆବେଦନ ପ୍ରତ୍ୟାହାର କରିନେଇଥିଲେ । ଏପରି ଆଚରଣରେ ଜଷ୍ଟିସ୍ ମିଥା ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଜୁହି ଓ ଅନ୍ୟାନ୍ୟ ଦୁଇ ଆବେଦନକାରୀଙ୍କ ପ୍ରତି କୋର୍ଟ ବିଶେଷ ନିଷ୍ଠୁର ନ ହୋଇ ମାତ୍ର ୨୦ ଲକ୍ଷ ଟଙ୍କାର ଜରିମା ପଇଠ ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ । ଜୁହିଙ୍କ କ୍ଷେତ୍ରରେ କୋର୍ଟ ଅବମାନନା ମାମଲା ମଧ୍ୟ ରୁଜୁ କରାଯାଇପାରିଥାନ୍ତା ବୋଲି ଜଷ୍ଟିସ୍ ମିଧା କହିଥିଲେ ହେଁ ମାଲହୋତ୍ରାଙ୍କ ପକ୍ଷରୁ ଜରିମାନା ଅର୍ଥ ପଇଠ ପାଇଁ ମଗାଯାଇଥିବା ସପ୍ତାହେ ସମୟକୁ ମଞ୍ଜୁରୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking