30.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନମଣିପୁର ଘଟଣା ମୋତେ ସ୍ତବ୍ଧ କରିଦେଇଛି: ଅକ୍ଷୟ କୁମାର

ମଣିପୁର ଘଟଣା ମୋତେ ସ୍ତବ୍ଧ କରିଦେଇଛି: ଅକ୍ଷୟ କୁମାର

ମଣିପୁର: ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ପୂରା ଦେଶ କ୍ଷୋଭ ପ୍ରକାଶ କରୁଥିବା ବେଳେ ଏବେ ବଲିଉଡ୍ ସେଲିବ୍ରିଟିମାନେ ବି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଖିଲାଡି ବୟ ଅକ୍ଷୟ କୁମାରଙ୍କଠୁ ନେଇ ଅନ୍ୟ ସେଲିବ୍ରିଟିମାନେ ବି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ଅକ୍ଷୟ କୁମାର ଏକ ଟ୍ବିଟ୍ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ସେ ତାଙ୍କ ଟ୍ବିଟ୍ରେ ଲେଖିଛନ୍ତି, ‘ମଣିପୁରରେ ମହିଳାଙ୍କୁ ବିରୋଧରେ ହିଂସା ଦେଖି ମୁଁ ଚହଲି ଯାଇଛି। ଆଶା କରୁଛି କି ଦୋଷୀମାନଙ୍କୁ ଏପରି ଉଚିତ ଶାସ୍ତି ମିଳୁ ଯେ କେହି ଏପରି ଘୃଣ୍ୟ କାମ କରିବାକୁ ଦ୍ବିତୀୟ ଥର ସାହସ କରିବେନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking