30.1 C
Bhubaneswar
Sunday, May 19, 2024
Homeଓଡିଶାଗଞ୍ଜାମରେ ୧୨୦ ଘରୋଇ କ୍ଲିନିକ୍ : କେତେ ଅସଲି,କେତେ ନକଲି?

ଗଞ୍ଜାମରେ ୧୨୦ ଘରୋଇ କ୍ଲିନିକ୍ : କେତେ ଅସଲି,କେତେ ନକଲି?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏମ୍ସ ବିଶେଷଜ୍ଞ ପରିଚୟ ଦେଇ ଏକାଧିକ କ୍ଲିନିକ୍ ଚଳାଇଥିବା ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ ହେବା ପରେ ପୁଲିସ ଓ ପ୍ରଶାସନିକ ଟିମ୍ ଅଧିକ ତନାଘନା ଚଳାଇଛନ୍ତି। ଗତକାଲି ଡେଙ୍ଗାଉସ୍ତା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଡେଣ୍ଟାଲ୍ କ୍ଲିନିକ୍କୁ ଠାବ କରି ସିଲ୍ କରାଯାଇଛି। ଆସିକାରେ ଶୁଭ୍ରଜିତ ବ୍ୟବସାୟ ଚଳାଇଥିବା ଏକ ଔଷଧ ଦୋକାନ ଆଗରୁ ନାମଫଳକ ଗାଏବ୍ ହୋଇଯାଇଛି। ଏହା ସହ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ବ୍ରହ୍ମପୁର, ଆସିକା ସମେତ କଟକ ରାଣୀହାଟରେ ତାର ନର୍ସିଂହୋମ୍ ଠାବ କରାଯାଇ ସିଲ୍ କରାଯାଇଛି। ଏବେ ସାରା ଜିଲ୍ଲାରେ ସ୍ବତନ୍ତ୍ର ଟିମ୍ର ଚଢ଼ଉ ଜାରିରହିଛି।
ଏହି ଘଟଣା ପରେ ରୋଗୀସେବା ନାଁରେ ବେପାର କରୁଥିବା କ୍ବାକ୍ ଓ ନକଲି ଡାକ୍ତରଙ୍କ ମଧ୍ୟରେ ଛନକା ପଶି ଯାଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୨୦ ଘରୋଇ ହସ୍ପିଟାଲ୍ ଓ କ୍ଲିନିକ୍ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ ପ୍ରାୟ ୯୦ କ୍ଲିନିକ୍ ବ୍ରହ୍ମପୁରରେ ରହିଥିବା ସେ କହିଛନ୍ତି। ତେବେ ଏହି କ୍ଲିନିକ୍ଗୁଡ଼ିକର ପଞ୍ଜୀକରଣ ପ୍ରତିବର୍ଷ ନବୀକରଣ ହେଉଥିବା ସିଡିଏମ୍ଓ କହିଛନ୍ତି। ପଞ୍ଜୀକରଣ ନକଲେ ସମ୍ପୃକ୍ତ କ୍ଲିନିକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବ୍ରହ୍ମପୁରରେ ବଡ଼ ଡାକ୍ତରଖାନା ସହିତ ବହୁ କ୍ଲିନିକ୍ ରହିଛି। ପ୍ରତିଦିନ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇବା ପାଇଁ ବ୍ରହ୍ମପୁର ଆସିଥାନ୍ତି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନାଁରେ କିଛି ଲୋକ ବେପାର କରୁଛନ୍ତି। ବଡ଼ ଡାକ୍ତରଖାନାରୁ ରୋଗୀଙ୍କୁ କ୍ଲିନିକ୍କୁ ଚାଲାଣ କରାଯାଉଛି। ଏହାପଛରେ ଏକ ବଡ଼ ରାକେଟ୍ କାମ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking