28.1 C
Bhubaneswar
Saturday, April 27, 2024
Homeଓଡିଶା୯ ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

୯ ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ବର : କରୋନା ବ୍ୟାପୁଥିବାରୁ ଏଣିକି ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ଆସନ୍ତା ୯ତାରିଖଠାରୁ ଏହାକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ସରକାର ନିର୍ଦେଶ ଜାରି କରିଛନ୍ତି। କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାବେଳେ ଏହା ଏବେ ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଏହା ଅନ୍ୟମାନଙ୍କୁ ବ୍ୟାପୁଛି। ସଂକ୍ରମଣକୁ ରୋକିବା ନିମନ୍ତେ ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। ବିଶ୍ବ ତଥା ଜାତୀୟ ସ୍ତରର ଅନେକ ଅଭିଜ୍ଞତାକୁ ଦୃଷ୍ଟିରୁ ମାସ୍କ ବ୍ୟବହାର ଉପଯୋଗୀ ସାବ୍ୟସ୍ତ ହୋଇଛି। ଘର ବାହାରକୁ କୌଣସି କାର‌୍ୟ୍ୟରେ ଯିବା ସମୟରେ ଜନସାଧାରଣ ସେମାନଙ୍କ ମୁହଁ ଓ ନାକ ଯେକୌଣସି ଭାବେ ଉପଲବ୍ଧ ମାସ୍କରେ ଘୋଡାଇ ରଖିବା ନିମନ୍ତେ ଜନସାଧାରଣଙ୍କ ନିମନ୍ତେ ନିର୍ଦେଶ ଜାରି ହୋଇଛି। ମାସ୍କ ନଚେତ କୌଣସି ରୁମାଲ କିମ୍ବା ଦୁଇ ପରସ୍ତ କପଡ଼ାରେ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି। ଘରୁ ପଦାକୁ ବାହାରିଲେ ଲୋକମାନେ ଯେପରି ମୁହଁରେ ମାସ୍କ, ରୁମାଲ, ଗାମୁଛା, ଦୁପଟ୍ଟା ଭଳି ପୋଷାକ ବ୍ୟବହାର କରିବେ ତାହା ନିଶ୍ଚିତ କରିବା ସହିତ ସାମାଜିକ ଦୂରତା ରକ୍ଷା ନିମନ୍ତେ କୌଣସି ସ୍ଥାନରେ ଯେପରି ଲୋକଗହଳି ଓ ଭିଡ଼ ନରହେ ସେ ବିଷୟ ତଦାରଖ କରିବାକୁ ଜିଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଜାରି ହୋଇଛି।ଆସନ୍ତା ଏପ୍ରିଲ ୯ତାରିଖଠାରୁ ଏହି ନିର୍ଦେଶ କଡ଼ାକଡ଼ି ଲାଗୁ କରିବାକୁ ବିପର‌୍ୟ୍ୟୟ ପରିଚାଳନା ରାଜ୍ୟ କାର‌୍ୟ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ନିର୍ଦେଶ ଜାରି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking