28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏକ ତରଫା ପ୍ରେମ ହେଲା କାଳ

ଏକ ତରଫା ପ୍ରେମ ହେଲା କାଳ

ଗୁଜରାଟ : ଗୁଜୁରାଟର ଜେତପୁର ତହସିଲ ଅଞ୍ଚଳରେ ଏକତରଫା ପ୍ରେମ ପ୍ରସଙ୍ଗରୁ ଜଣେ ଯୁବକ , ନାବାଳିକାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି । ଏହି ମାମଲା ଜେତଲପୁର ଗ୍ରାମର ଆରୋପୀ ଯୁବକର ପ୍ରେମ ପ୍ରସ୍ତାବରେ ରାଜି ନହୋଇଥିବାରୁ ନାବାଳିକାଙ୍କ ଉପରେ ରାଗି ତାଙ୍କୁ ହତ୍ୟା କରିଛି । ନାବାଳିକାଙ୍କ ଭାଇକୁ ମଧ୍ୟ ମାରିଦେବାକୁ ଉଦ୍ୟମ କରିଛି ହତ୍ୟାରୋପୀ ଯୁବକ । ତାଙ୍କ ଭାଇଙ୍କ ଶରୀରରେ  ୪-୫ ଥର ଛୁରୀରେ ଆଘାତ କରାଯାଇଛି ।

ଗୁଜୁରାଟର ଜେତଲପୁର ଠାରେ ରହୁଥିବା ନାବାଳିକାର ମୃତ୍ୟୁରେ ଏବେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏକତରଫା ପ୍ରେମରେ ଅନ୍ଧ ହୋଇ ଯୁବକ ଜଣକ ପିଡୀତାଙ୍କ ଶରୀରରେ ଧାରୁଆ ଛୁରୀରେ ୩୨ ଆଘାତ କରିଛି । ଫଳରେ ଘଟଣାସ୍ଥଳରେ ହିଁ ଝିଅଟି ମୃତ୍ୟୁ ବରଣ କରିଥିଲା । ଘଟଣାର ଖବର ପାଇ ବିଜେପି, କଂଗ୍ରେସ ଓ ଏନସିପିର କେତେକ ନେତା ଝିଅର ପରିବାରକୁ ଦେଖାକରିବା ପାେଇଁ ପହଞ୍ଚିଛନ୍ତି ।

ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲ ସୋମବାର ଦିନ ପିଡୀତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ ଓ ସରକାର ଦୋଷୀକୁ ଉଚିତ ଶାସ୍ତି ଦେବା ପାଇଁ ପ୍ରତିବଦ୍ଧ ବୋଲି କହିଥିଲେ । ତେବେ ପୋଲିସ ଆରୋପୀକୁ ଗିରଫ କରିନେଇଛି । ଘଟଣାର ବିଷୟରେ ଜଣାପଡିବା ପରେ ଗ୍ରାମବାସୀ ମାନେ ଉତ୍ତ୍ୟକ୍ତ ହୋଇଥିଲେ ଓ ପୋଲିସକୁ ସୂଚନା ଦେଇ୍‌ଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାର ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking