29.1 C
Bhubaneswar
Thursday, April 25, 2024
Homeଓଡିଶାଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ଛାତ୍ର କଂଗ୍ରେସ ଦ୍ୱାରା ଘେରାଉ

ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ଛାତ୍ର କଂଗ୍ରେସ ଦ୍ୱାରା ଘେରାଉ

ଘରୋଇ ସ୍କୁଲ ମାଲିକ – ମୁଖ୍ୟମନ୍ତ୍ରୀ କୋଳାକୋଳି – ୟାସିର ନୱାଜ
ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ
ବିକ୍ଷୋଭ ଶୋଭଯାତ୍ରା ସ୍ଥାନୀୟ ୧ ନମ୍ବର ସ୍ଥିତ କମଳା ନେହେରୁ କଲେଜ ଠାରୁ ବାହାରି ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ
ସରକାରୀ ବାସଭବନକୁ ଘେରାଉ କରିବା ପାଇଁ ଯାଇଥିଲା । ଶ୍ରୀ ଦାସଙ୍କ ବାସଭବନ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ
ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୋଲିସ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜଙ୍କ ସମେତ ବହୁ ଛାତ୍ର କଂଗ୍ରେସ
ନେତାଙ୍କୁ ଗିରଫ କରିଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଥିଲେ ଯେ ଘରୋଇ ସ୍କୁଲ
ମାଲିକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ବାହାରକୁ କଳି, ଭିତରେ କୋଳାକୋଳି । ମନ୍ତ୍ରୀ ସମୀର ଦାସଙ୍କ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍କୁଲ ଫି ହ୍ରାସ ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ତାହାକୁ କୌଣସି ପ୍ରାଇଭେଟ୍ ସ୍କୁଲ
ଭ୍ରୁକ୍ଷେପ କରୁନାହାନ୍ତି । କାରଣ ସେମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସମ୍ବନ୍ଧ ରହିଛି । ଅନ୍ୟପକ୍ଷରେ ଅଧିକାଂଶ
ପ୍ରାଇଭେଟ୍ ସ୍କୁଲର ମାଲିକମାନେ ହେଉଛନ୍ତି ବିଜେଡି ଦଳର ପଦାଧିକାରୀ । ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଚୁପ୍‌ଚାପ୍‌
ବସିଗଲେ । ମାତ୍ର ଘରୋଇ ସ୍କୁଲର ମାଲିକମାନେ ଏବେ ଅଭିଭାବକଙ୍କ ଉପରେ ଜୁଲମ କରି ତଂଟି ଚିପି ଅର୍ଥ ଆଦାୟ
କରୁଛନ୍ତି । ସେମାନେ ଏହି ବିଜ୍ଞପ୍ତି ମାନିବେ ନାହିଁ ବୋଲି ଗଣମାଧ୍ୟମରେ ଡେଙ୍ଗୁରା ପିଟୁଛନ୍ତି । ରାଜ୍ୟରେ ଥିବା ୭୧୧୧
ଘରୋଇ ସ୍କୁଲ ପାଇଁ ସରକାର ତୁରନ୍ତ ଫି ମାପଦଣ୍ଡ ନିର୍ଦ୍ଧାରଣ ବାଧ୍ୟତା ମୂଳକ କରନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି
କରୁଛି । ଯେଉଁ ସ୍କୁଲ ସରକାରଙ୍କ ବିଜ୍ଞପ୍ତି ମାନିବ ନାହିଁ, ତାଙ୍କର ପରିମିଶନ ପ୍ରତ୍ୟାହାର ସହ ସେମାନଙ୍କ ଉପରେ ଉପଯୁକ୍ତ
ଦଣ୍ଡ ବିଧାନ କରାଯାଉ । ୩ ହଜାର ସ୍କୁଲ ବିଜ୍ଞପ୍ତି ପାଳନ କରିଛନ୍ତି ବୋଲି କୁହାଯିବା ଘଟଣା ହାସ୍ୟାସ୍ପଦ । ଏଥିରେ
ସେମାନେ ଅଭିଭାବକମାନଙ୍କୁ ପ୍ରତାରିତ କରିଛନ୍ତି ବୋଲି ପ୍ରମାଣିତ । ଯେଉଁ ଟିଉସନ୍ ଫିସ୍ ୭ ଶ୍ଚ ପ୍ରତିଶତର ୨୬
ପ୍ରତିଶତ ଛାଡ କରିବା ପାଇଁ ଘୋଷଣା ହେଲା ତାହା ପାଳନ କରିବାରେ ଅତ୍ୟନ୍ତ ଶଠତା ଅବଲମ୍ବନ କରାଯାଉଛି । ଶିକ୍ଷକ
ଏବଂ ଅଣଶିକ୍ଷକମାନଙ୍କୁ ଅଧା ଦରମା ଦେବା ସହ ଆଡମିନ୍‌ଷ୍ଟ୍ରେଟିଭ୍ ଖର୍ଚ୍ଚ ଆଦୌ ହୋଇନାହିଁ । ଇଂଟରନେଟ୍‌ରେ
ପଢ଼ାଯାଇଛି । ମାତ୍ର ଏ କ୍ଷେତ୍ରରେ ସଂପୂର୍ଣ୍ଣ ଅର୍ଥ ଆଦାୟ କରାଯାଇଛି । ସ୍କୁଲ ଫି କୁ କେତେକ କ୍ଷେତ୍ରରେ ବଢ଼ାଇ ଦିଆଯାଇ
ପୁଣି ସେତିକି ଅର୍ଥ କାଟି ଛାଡ ଆକାରରେ ଦେଖାଇ ଦିଆଯାଇଛି । ଅନ୍ୟପକ୍ଷରେ ଆନ୍‌ସିଲାରୀ ଖର୍ଚ୍ଚ ନ ହୋଇଥିଲେ ମଧ୍ୟ
ଅଭିଭାବକମାନଙ୍କୁ ଦବାକୁ ପଡିଛି । ସରକାର ସବୁ ଜାଣି ଅନ୍ଧ । ସରକାରଙ୍କ ପାଖରେ କ୍ଷମତା ଥିଲେ ବି ଏବେ
ଅଭିଭାବକମାନଙ୍କୁ ଭୁଆଁ ବୁଲାଇବା ପାଇଁ କୁହାଯାଉଛି ଯେ ଆଇନ୍ ଆଶ୍ରୟ ନେବାକୁ । ପ୍ରାଇଭେଟ୍ ସ୍କୁଲମାନେ କେତେ
ଅର୍ଥ ଖର୍ଚ୍ଚ କରିଛନ୍ତି ଏବଂ ଅଭିଭାବକମାନଙ୍କ ଠାରୁ କେତେ ଅର୍ଥ ଆଦାୟ ହୋଇଛି ତାର ଅଡିଟ୍ ଏଜିର ପରିସରଭୁକ୍ତ ହେଉ
ବୋଲି ଛାତ୍ର କଂଗ୍ରେସ ଦାବି କରୁଛି । ନଚେତ୍ ଛାତ୍ର କଂଗ୍ରେସ ସ୍କୁଲରେ ପଶି ହିସାବ ମାଗିବ ବୋଲି ଶ୍ରୀ ନୱାଜ କହିଛନ୍ତି ।
ଏଣୁ ସରକାର ତୁରନ୍ତ ଲାଗୁ ହୋଇଥିବା ବିଜ୍ଞପ୍ତି ଅନୁସାରେ ଫି ହ୍ରାସ କରନ୍ତୁ ।
ଏହି କାର୍ଯ୍ୟକ୍ରମରେ ସୁନିଲ୍ ମାଟିଆ, ମୁନୁ ପରିଡା, ବାବୁ ଜେନା, କାର୍ତିକ କାଣ୍ଡି, ଅଭିଳାଷ ନନ୍ଦ, ଅହମ୍ମଦ
ଖାନ୍‌, ଅଖିଳେଷ ଯାଦବ, ସାଗର ପଟ୍ଟନାୟକ, ରଂଜିତ୍ ସେନାପତି, ଶାହାରୁଖ, ବାଦଲ ବିଶ୍ୱାଳ, ମହମ୍ମଦ ଗୁଲ୍‌ଫାମ୍‌,
ବିଶ୍ୱଭୂଷଣ ମହାପାତ୍ର, ସମୀଉଲ୍‌, ଆଦିତ୍ୟ କହଁର, ସୌମ୍ୟ ପଟ୍ଟନାୟକ, ହରପ୍ରସାଦ ବେହେରା, ଦେବବ୍ରତ ମହାନ୍ତି,
ଅଭିରାମ ଗୌଡ, ସୌମ୍ୟକ୍ରିଷ୍ଣ ପଟ୍ଟନାୟକ, ସୁନିଲ୍ ସାହୁ, ଦେବାଶିଷ ମିଶ୍ର, ରାକେଶ ନାୟକ, ତୋଫାନ ସେଠୀ,
ପ୍ରତ୍ୟୁଷ ପ୍ରଧାନ, ଅଜିତ୍ ବାରିକ, ସନ୍ତୋଷ ସେଠୀ, ମହେନ୍ଦ୍ର ବରାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking