28.1 C
Bhubaneswar
Saturday, April 27, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରି ଜାଳିଦେଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ଜାଳିଦେଲା ସ୍ୱାମୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ୨୭ବର୍ଷର ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି । ମୃତଦେହ ଏସବିଆରଆର ସରକାରୀ ହସ୍ପିଟାଲରୁ ପାଞ୍ଚଦିନ ପୂର୍ବରୁ ସୁଟକେଶ ଭିତରୁ ମିଳିଥିଲା । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି । ତେବେ ସ୍ୱାମୀ ହିଁ ତାର ସ୍ତ୍ରୀକୁ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି ।

ମହିଳାଙ୍କ ଶରୀର କ୍ଷତାକ୍ତ ହୋଇଥିବାରୁ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା । ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭିରେ ଜଣେ କ୍ୟାବ ଚାଳକ ଏହି ସୁଟ‌କେଶକୁ ହସ୍ପିଟାଲ ପରିସରରେ ରଖିଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଉକ୍ତ କ୍ୟାବ ଚାଳକଙ୍କୁ ପୁଲିସ ଗିରଫ କରି ପଚରାଉଚରା ସମୟରେ ପୁଲିସ ସୂଚନା ପାଇଥିଲା କି, ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ତାଙ୍କ ବୟସ ୨୭ବର୍ଷ ଓ ନାମ ଭୁବନେଶ୍ୱରୀ । ସେ ହାଇଦ୍ରାବାଦର ଚିତୁରର ରାମସମୁଦ୍ରମରେ ବସବାସ କରୁଥିଲେ । ସେ ପେସାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ । ଭୁବନେଶ୍ୱରୀଙ୍କ ବିବାହ ଶ୍ରୀକାନ୍ତ ରେଡ୍ଡିଙ୍କ ସହିତ ୨୦୧୯ରେ ହୋଇଥିଲା । ଦୁହିଁଙ୍କ ୧୮ମାସର ଝିଅଟିଏ ରହିଛି । ବିବାହ ପରେ ଶ୍ରୀକାନ୍ତ ଓ ଭୁବନେଶ୍ୱରୀ ତିରୁପତିରେ ରହିଥିଲେ ।

କରୋନା ମହାମାରୀ ସମୟରେ ତିରୁପତିଙ୍କ ଚାକିରି ଚାଲିଯାଇଥିଲା । ଚାକିରି ଯିବା ପରେ ଶ୍ରୀକାନ୍ତ ପ୍ରତିଦିନ ଘରକୁ ମଦ ପିଇ ଆସୁଥିଲେ । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ । ଜୁନ ୨୨ ରାତିରେ ବି ଶ୍ରୀକାନ୍ତ ଓ ଭୁବନେଶ୍ୱରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ରାଗି ଯାଇ ଶ୍ରୀକାନ୍ତ ଭୁବନେଶ୍ୱରୀଙ୍କୁ ହତ୍ୟା କରିଥିଲେ । ଏହାପରେ ଟ୍ୟାକ୍ସିକୁ ଭଡ଼ାରେ ନେଇ ସ୍ତ୍ରୀ ମୃତଦେହକୁ ହସ୍ପିଟାଲ କମ୍ପାଉଣ୍ଡ‌ରରେ ରଖି ଦେଇ ଚାଲି ଆସିଥିଲେ । ସେହିଦିନ ରାତିରେ ପୁଣି ହସ୍ପିଟାଲ ଫେରି ସୁଟକେଶରେ ପେଟ୍ରୋଲ ଢ଼ାଳି ନିିଆ ଲଗାଇ ଦେଇଥିଲେ ।

ପୋଲିସ ସୂତ୍ର ଅନୁସାରେ, ଶ୍ରୀକାନ୍ତ ନିଜର ପରିବାର ଓ ଶ୍ୱଶୁର ଘର ଲୋକଙ୍କୁ ମିଛ କହିଥିଲା କି, ତାଙ୍କ ସ୍ତ୍ରୀ କରୋନା ଡେଲଟା ପ୍ଲସ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଶ୍ରୀକାନ୍ତ ଫେରାର ହୋଇଯାଇଥିଲା । ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଶ୍ରୀକାନ୍ତଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking