28.1 C
Bhubaneswar
Friday, April 26, 2024
Homeଓଡିଶାବଳିପାଇଁ ପିଲାଧରା ଉଦ୍ୟମ ଅଭିଯୋଗ, ଗାଁରେ ଉତ୍ତେଜନା, ପୋଲିସର ହସ୍ତକ୍ଷେପ ଜଣେ ଅଭିଯୁକ୍ତ ଗିରଫ

ବଳିପାଇଁ ପିଲାଧରା ଉଦ୍ୟମ ଅଭିଯୋଗ, ଗାଁରେ ଉତ୍ତେଜନା, ପୋଲିସର ହସ୍ତକ୍ଷେପ ଜଣେ ଅଭିଯୁକ୍ତ ଗିରଫ

ମୟୁରଭଞ୍ଜ : ବଳିପାଇଁ ପିଲା ଖୋଜା ଉଦ୍ୟମ ଅଭିଯୋଗ।ଘଟଣା ପ୍ରଚାର ପରେ ଗାଁରେ ଆତଙ୍କିତ ପରିସ୍ଥିତି ସୃଷ୍ଟି କରିବା ସହିତ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତେବେ ଗାଧୋଇବାକୁ ଆସିଥିବା ଛୋଟଛୋଟ ପିଲାଙ୍କୁ ବଳିପାଇଁ ଗୋଡ଼ାଇ ଧରିବାକୁ ଉଦ୍ୟମ ଅଭିଯୋଗକୁ ନେଇ ହରଡ଼ଘଣାରେ କାର‌୍ୟ୍ୟରତ ଶ୍ରମିକ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର କଳାବାଡିଆ ନିକଟ ୧୮ନଂ ଜାତୀୟ ରାଜପଥ ଉପରେ ନିର୍ମାଣ ହେଉଥିବା ଗଳାପୋଲକୁ ନେଇ । ଗଳାପୋଲ ପାଇଁ ଇ୫ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍, ହରିୟାଣା ର କମ୍ପାନୀ କଳାବାଡିଆ ଓ କୁଳିଅଣା ଠାରେ ଗଳାପୋଲ ନିର୍ମାଣ କାମ ଆରମ୍ଭ କରିଛି । ଏହାର ଅଟକଳ ମୂଲ୍ୟ ୨୨କୋଟି ୯୯ଲକ୍ଷ ହୋଇଥିବା ବେଳେ ଖାତା ନଂ୫୫ , ପ୍ଲଟନଂ ୧୭/୩୦୩,୧୨୮ କଳାବାଡିଆ ମୌଜାରେ ଏହି ଗଳାପୋଲ ନିର୍ମାଣ ହେଉଛି । କିନ୍ତୁ ଆଜି ଗୁରୁବାର ଏହି କମ୍ପାନୀର କିଛି କର୍ମଚାରୀ ଘଟାଇଛନ୍ତି ଏକ ଅଭାବନୀୟ ଘଟଣା। ପୋଲରେ ନରବଳି ପାଇଁ  କିଛି କର୍ମଚାରୀ କରିଥିଲେ  ଷଡଯନ୍ତ୍ର ବୋଲି ଆଲୋଚନା ହେଉଛି। ଗ୍ରାମର ନାବାଳକ ଓ ନାବାଳିକା ଚାରଟି କୁନି କୁନି ପୁଅ ଓ ଝିଅମାନେ ଘଟଣାସ୍ଥଳରେ କାନ୍ଦି କାନ୍ଦି ପୋଲିସକୁ ଦେଇଥିଲେ ବିଷ୍ପୋରକ ବୟାନ।କଳାବାଡିଆ ସମିତି ସଭ୍ୟ  ଶ୍ରୀ  କଲିଆଙ୍କ ସହିତ  ଗ୍ରାମବାସୀ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ ଚାରୋଟି ଛୋଟଛୁଆକୁ ନରବଳି ପାଇଁ କମ୍ପାନୀ  ଷ୍ଟାଫ ଷଡଯନ୍ତ୍ର କରି ଗୋଡ଼ାଇ ଧରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ ଏବଂ ସମିତିସଭ୍ୟ। ଯାହାକୁନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ଦୟାନିଧି ଦାସଙ୍କ ସହିତ ଡିଏସପି ଯଦୁନାଥ ଜେନା ପହଞ୍ଚି କମ୍ପାନୀର ଷ୍ଟାଫ  ହରିଆଣା ରାଜ୍ୟର ବୃଦ୍ଧ  ଜୟ ଭଗବାନ  (୬୦)କୁ ଗିରଫ କରି  ପରିସ୍ଥିତି ନିୟନ୍ତ୍ରଣକୁ ନେଇଛନ୍ତି ।  ବର୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା ସହିତ  ପୋଲିସ  ଆସାମୀକୁ  କୋର୍ଟ ଚାଲାଣ କରିବା ସହିତ ତଦନ୍ତଜାରି ରଖିଛି ।  ଘଟଣାର  ସତ୍ୟାସତ୍ୟ ଉନ୍ମୋଚନ  କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ  ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking