28.1 C
Bhubaneswar
Friday, April 26, 2024
Homeଓଡିଶାତ୍ରିଜଙ୍ଗା ପୋଖରୀ ପୁନଃ ଉଦ୍ଧାର ପାଇଁ ବିଧାୟକ ଟାଟା କର୍ତ୍ତୃପକ୍ଷଙ୍କ ସହ ଘଟଣା ସ୍ଥଳକୁ ଯାଇ...

ତ୍ରିଜଙ୍ଗା ପୋଖରୀ ପୁନଃ ଉଦ୍ଧାର ପାଇଁ ବିଧାୟକ ଟାଟା କର୍ତ୍ତୃପକ୍ଷଙ୍କ ସହ ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରୁଛନ୍ତି

ଯାଜପୁର : ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ତ୍ରିଜଙ୍ଗା ବିସ୍ଥାପିତ କଲୋନୀର ପରିତକ୍ତ ଅବସ୍ଥାରେ ପଡି ଥିବା ପୋଖରୀକୁ ପୁନଃଉଦ୍ଧାର କରିବା ପାଇଁ ବିଧାୟକ ଇଂ ପ୍ରିତିରଂଜ ଘଡ଼ାଇ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟ ସହ ଲୋକେ ଶୌଚ ହେଉଥିବା ତ୍ରିଜଙ୍ଗା କଲୋନୀ ପୋଖରୀର ପୁନଃଋଦ୍ଧାରକରା ଯିବା ସାଙ୍ଗକୁ କଲୋନୀବାସୀଙ୍କ ଆମୋଦ ପ୍ରମୋଦରେ ଆସୁଥିବା ପାର୍କର ଉନ୍ନତିକରଣ କରାଯିବ । ଛାତ୍ର-ଯୁବକ ଖେଳୁଥିବା ପ୍ଲେ-ଗ୍ରାଉଣ୍ଡ ଓ ଆଜାଦ ହିନ୍ଦ୍ କ୍ଲବର ଭିତ୍ତିଭୂମି ବିକାଶ ହେବ । ଦାନଗଦି ବ୍ଲକ ତ୍ରିଜଙ୍ଗା କଲୋନୀରେ ଏହି ବିକାଶ ମୂଳକ କାର୍ଯ୍ୟ ଭାର ଟାଟା କମ୍ପାନୀ ନେଇଛି । ଏହି ବିକାଶ ମୂଳକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଟାଟା କର୍ତ୍ତୃପକ୍ଷଙ୍କୁ ସାଙ୍ଗରେ ଧରି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking