29.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗକେନ୍ଦୁଝରରେ ଜେନେରେଟର ଧୂଆଁରେ ଦୁଇ ମୃତ

କେନ୍ଦୁଝରରେ ଜେନେରେଟର ଧୂଆଁରେ ଦୁଇ ମୃତ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ହୋଇ ଚିକିସତ ହେଉଛନ୍ତି । ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦) । ଗୁରୁତରଙ୍କ ମଧ୍ୟରୁ ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମରେ ଏମାନେ ଶୋଇଥିଲେ । ରୁମର କବାଟ, ଝରକା ଦେଇ ଶୋଇ ପଡ଼ିଥିବାରୁ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି । ସେପଟେ ଏକ ମାତ୍ର ରୋଜଗାରିଆ ପୁଅ ବାଇଧରକୁ ହରାଇ ବାପା ମ୍ରିୟମାଣ ଓ ବାଇଧରର ମଧ୍ୟ ଏକ ଛୋଟ ପୁଅ ଅଛି ତେଣୁ ଏବେ ଏକ ମାତ୍ର ରୋଜଗାରିଆ ଫୁଅର ମୃତ୍ୟୁ ପରେ ଘର କିପରି ଚଳାଇବେ ବାପା ଚିନ୍ତାରେ । ସେପଟେ ଏକ ମାତ୍ର ୧୪ ବର୍ଷର ପୁଅ ବାପୁନ୍ କୁ ହରାଇ ବାପା ଦୁଃଖରେ ଭାଙ୍ଗିପତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking