30.1 C
Bhubaneswar
Sunday, May 5, 2024
Homeଓଡିଶାକଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ୧୨ଟି ମୁଖ୍ୟପ୍ରସଙ୍ଗକୁ ନେଇ କଂଗ୍ରେସ ଲଢେଇ କରିବାର ନିଷ୍ପତ୍ତି ନେଇ ରଣକୌଶଳ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ପ୍ରଭାରୀ ସୁଦର୍ଶନ ଦାସ । ହୋଟେଲ ଦିବ୍ୟା ପ୍ୟାଲେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପ୍ରଭାରୀ ସୁଦର୍ଶନ ଦାସ ଯୋଗଦେଇ ଜିଲ୍ଲାର ୧୨ଟି ମୁଖ୍ୟ ପ୍ରସଙ୍ଗକୁ ଉତଥାପନ କରିବା ସହ ଆଗାମୀଦିନରେ ଏହି ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନକୁ ଘେରାଉ କରାଯିବ ବୋଲି କହିଥିଲେ । ଏଥିସହ ଦଳର ପୂରାତନ ଓ ନୂତନ ପିଢିଙ୍କୁ ନେଇ ଦଳକୁ ଶକ୍ତିଶାଳୀ କରାଯିବ ବୋଲି ସୂଚନା ଦେଇକହିଥିଲେ । ସେହିପରି ରାଜସ୍ୱମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟ ବ୍ୟାପକ ହରିଲୁଟ୍ ହେଉଥିବାରୁ କ୍ଷୋଭ ପ୍ରକାଶ କରିବାସହ ରାଜସ୍ୱମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପ୍ରଭାରୀ ଶ୍ରୀଦାସ । ଆଗାମୀଦିନରେ ଚାଷୀମାନଙ୍କ ସମସ୍ୟା, କୋଭିଡ୍ ଦୁର୍ନୀତି, ଏଏନଏମ କର୍ମୀଙ୍କୁ ଛଟେଇ, ବହୁ ବିଦ୍ୟାଳୟ ବନ୍ଦହେବା, ଆୟୁର୍ବେଦିକ୍‌, ହୋମିଓପ୍ୟାଥିକ ଓ ବି.ଇଡି କଲେଜର ପୁନଃରୁଦ୍ଧାର, ଜିଲ୍ଲାରେ ଡିଏମଏଫ ପାଣ୍ଠିକୁ ସଠିକ୍ ବିନିଯୋଗ କରାଯିବା, ଜାତୀୟ ଉଦ୍ୟାନ ଶିମିଳିପାଳର ସୁରକ୍ଷା, ପର‌୍ୟ୍ୟଟନ ଶିଳ୍ପର ବିକାଶ, ଭୂମିହୀନଙ୍କୁ ଜମି ଯୋଗାଇଦେବା ଓ ଘେରିବନ୍ଧ ନିର୍ମାଣ କରାଯିବା ଆଦି ଦାବି ଉଠାଇ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କୁ ଟାର୍ଗେଟ କରି ବିଭିନ୍ନ ପ୍ରଶ୍ନ ପଚାରିବା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ବୋଲି ମତ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପୂର୍ବତନ ସାଂସଦ ସୁଶିଳା ତିରିଆ, ପୂର୍ବତନମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, କଂଗ୍ରେସ ନେତା ନିରୋଜ ଲୋଚନ ଦାସ, ଅଜିତ୍ ଜେନା, , ଯୋଗେଶ ଅଗରୱାଲା, ଅରବିନ୍ଦ ଦାସ, ସୁସ୍ମିତା ଘୋଷାଲ, ଯୁବ ନେତା ଶାନ୍ତନୁ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking