30.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସିନାପାଲିରୁ ୩୦ ଦାଦନ ଉଦ୍ଧାର : ୪ ବସ କର୍ମଚାରୀ ଓ ୪ ଦଲାଲ ଗିରଫ

ସିନାପାଲିରୁ ୩୦ ଦାଦନ ଉଦ୍ଧାର : ୪ ବସ କର୍ମଚାରୀ ଓ ୪ ଦଲାଲ ଗିରଫ

ସିନାପାଲି : ସିନାପାଲିରୁ ହାଇଦ୍ରାବାଦ ଯାଉଥିବା ବସ ଦାଦନ ଚାଲାଣର ମାଧ୍ୟମ ସାଜିଛି ।  ନୂଆପଡ଼ା ଜିଲ୍ଲା ସିନାପାଲି ପୁଲିସ ହାଇଦ୍ରାବାଦ ଯାଉଥିବା ବସରେ ଚଢ଼ଉ କରି  ୩୦ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଚଢ଼ଉବେଳେ ସିନାପାଲି ହାଇଦ୍ରାବାଦ (ଜନାର୍ଦ୍ଦନ) ବସର ୨ ଡ୍ରାଇଭର, କଣ୍ଡକ୍ଟର, ହେଲପର ଓ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ବଲାଙ୍ଗିର, କଣ୍ଟାବାଞ୍ଜି, ବେଲପଡ଼ା, ବରଗଡ଼, କୋମନା, ଖଡିଆଳ, ବୋଡେନ ଓ ସିନାପାଲି ଅଞ୍ଚଳର ଦାଦନ ଶ୍ରମିକମାନେ ଦଲାଲ ଜରିଆରେ ଚାଲାଣ ହେଉଛନ୍ତି । ସିନାପାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ହାତିବନ୍ଧା ନିକଟରେ ଚଢ଼ଉ କରିଥିଲା । ସେଠାରେ ଜନାର୍ଦ୍ଦନ ବସ (ଓଡି ୦୮ଏମ୍ ୦୬୭୫)କୁ ଅଟକ ରଖି ସମସ୍ତ ଦଲାଲ ସମେତ ଶ୍ରମିକମାନଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ।
ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରମିକମାନଙ୍କୁ ଆଣି ସିନାପାଲିର ବିଭିନ୍ନ ଅଞ୍ଚଳରେ ଲୁଚାଇ ରଖି ଏହି ବସରେ ଚାଲାଣ କରାଯାଉଛି । ସିନାପାଲି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ୍ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବସ ମାଲିକ ହେଉଛନ୍ତି କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ।

ଶ୍ରମିକ ଚାଲାଣରେ ସହଯୋଗ କରି କରି ସେ ମଧ୍ୟ ବେଶ୍ ମୁନାଫା ଉଠାଉଥିବା ପଚରାଉଚରାରୁ ଜଣାପଡ଼ିଛି । ଗୋଟିଏ ଦିନ ଆଗରୁ ବସରେ ସଂରକ୍ଷିତ ସିଟ୍ ମିଳୁ ନଥିଲା । ଯାହା ଫଳରେ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏନେଇ ଅଭିଯୋଗ ହେବା ପରେ ସିନାପାଲି ପୁଲିସ ବିଲମ୍ବରେ ହେଲେ ମଧ୍ୟ ପଦକ୍ଷେପ ନେଇ ୪ ବସ କର୍ମଚାରୀ ଓ ୪ଦଲାଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସିନାପାଲି ପୁଲିସ ଏକ ମାମଲା ରୁଜୁ କରି ଗାଡ଼ି ଡ୍ରାଇଭର କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଲାଶ ଗ୍ରାମର ସୁବାସ ମେହେର (୫୩), ଭବାନୀପାଟଣାର ଚିନ୍ତାମଣି ପ୍ରଧାନ (୪୦), ବସ କଣ୍ଟକ୍ଟର ରାଧାକାନ୍ତ ସାହୁ (୪୦), ଜୁନାଗଡ଼ ବ୍ଲକ ମହିଭର ଗ୍ରାମର ହେଲପର ରାଜକୁମାର ସୁନାନୀ, ଦଲାଲ ବଲାଙ୍ଗିର ସହରର ଅଲିତ ମହାନନ୍ଦ (୪୮), ରିତୁ ଧରୁଆ (୨୧) ରବୀନ୍ଦ୍ର ସୁନା(୨୬), ଲୋଚନ ଖର୍ସେଲ (୨୫) ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଉଦ୍ଧାର ଦାଦନ ଶ୍ରମିକମାନେ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ, ବଲାଙ୍ଗିର ଜିଲ୍ଲା ବେଲପଡ଼ା, କୋମନା ବ୍ଲକ, ଖରିଆର ବ୍ଲକ, ସିନାପାଲି ବ୍ଲକ, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର । ଡମ୍ବରୁଧର ମାଝି, ଲଲିତା ମାଝି, ନିଲେନ୍ଦ୍ରି ମାଝି, ଦଇତାରୀ ବନ୍ଦିଚୋର, ଲୋଚନ ଖର୍ସେଲ, ଗୋବିନ୍ଦ ସୁନା, ଜିତେନ୍ଦ୍ର ଧରୁଆ, ରିଟୁ ଧରୁଆ, ଇନ୍ଦ୍ର ଧରୁଆ, ରବିନ୍ଦ୍ର ସୁନା, ଲୋଚନ ଧରୁଆ, ଅଲିତ ମହାନନ୍ଦ, ହରି ମହାନନ୍ଦ, ଗୋଲାପି ମହାନନ୍ଦ, ମମତା କୁମ୍ଭାର, ନିର କୁମ୍ଭାର, ଅନୁସୟା କୁମ୍ଭାର, ରିଙ୍ଗି କତରା, ବାସୁଦେବ ମାଝି, ଦୁର୍ଯ୍ୟୋଧନ କଲେଟ, ସୁବକ୍ଷ୍ୟା ମାଝି, କୁବେର ବନ୍ଦିଚୋର, ହେମସାଗର ନାଗ, ଛବିଲାଲ ମାଝି, ଘାସିରାମ ନାଗ, ଡିଲେଶ୍ୱର କୁମ୍ଭାର, ରୁପଧର କାନ୍ତ, କରିସ୍ମା ନାଗ, ସୁର୍ଯ୍ୟମୁଖୀ ମାଝି, ଘାସିରାମ ମାଝି ପ୍ରମୁଖ ଦାଦନ ଭାବେ ଚାଲାଣ କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking