38.1 C
Bhubaneswar
Friday, April 26, 2024
Homeଅପରାଧମମିତା ହତ୍ୟା ମାମଲା: ପୁଣି ନୂଆ ତଥ୍ୟ, ଦୁଇ ମହୁମାଛିଙ୍କୁ ନେଇ ଚର୍ଚ୍ଚା

ମମିତା ହତ୍ୟା ମାମଲା: ପୁଣି ନୂଆ ତଥ୍ୟ, ଦୁଇ ମହୁମାଛିଙ୍କୁ ନେଇ ଚର୍ଚ୍ଚା

ସଇଁନ୍ତଳା: ସନ୍‌ସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ଓ ହତ୍ୟା ଘଟଣା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଦୁଇ ଜଣ ରାଣୀ ମହୁମାଛିକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣ ରାଣୀ ମହୁମାଛିଙ୍କ ସାଙ୍ଗରେ ଗୋବିନ୍ଦ ଫଟୋ ହୋଇଥିବା ବେଳେ ଏବେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁଇ ଜଣ ରାଣୀ ମହୁମାଛି କିଏ, ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଅନ୍ୟପଟେ ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିବା ପରେ ପୋଡି ପୋତି ଦେଇଥିଲା । ନିଜ ବ୍ୟଭିଚାର ଓ ପରକୀୟା ପ୍ରୀତିର ପ୍ରମାଣକୁ ଲୁଚାଇବା ପାଇଁ ସେ ପାଲଟିଗଲା ହତ୍ୟାକାରୀ । ନିଜ ପାପ ସାମ୍ରାଜ୍ୟର ପ୍ରମାଣ ଲୁଚାଇବାକୁ ଯାଇ ଆଉ ଏକ ଜଘନ୍ୟ କାଣ୍ଡରେ ଫିସିଗଲା । କିନ୍ତୁ ଏହି ଘଟଣା ପରେ ଗୋବିନ୍ଦଙ୍କର ଅନେକ ଗହନ କଥା ସାମ୍ନାକୁ ଆସିବାରେ ଲାଗିଛି । ଏକା ଗୋବିନ୍ଦ ତିନିଜଣ ଶିକ୍ଷୟିତ୍ରୀଙ୍କୁ ନଚାଉଥିଲା । ସନ୍‌ସାଇନ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ପଦ ପାଇଁ ତିନିଜଣଙ୍କ ମଧ୍ୟରେ ଚାଲିଥିଲା ଟଣାଓଟଣା । ମମିତା ଅଧ୍ୟକ୍ଷା ନହେଲେ ବି ଅଧ୍ୟକ୍ଷା ଭାବେ ସ୍କୁଲର ସମସ୍ତ ଦାୟିତ୍ୱ ମୁଣ୍ଡାଇଥିଲେ । କିନ୍ତୁ ତାଙ୍କୁ ପଦରୁ ହଟାଇ ନିଜେ ଅଧ୍ୟକ୍ଷା ହେବା ପାଇଁ ଆଉ ଦୁଇଜଣ ଶିକ୍ଷୟିତ୍ରୀ ବହୁ କସରତ କରୁଥିଲେ । ଗୋବିନ୍ଦ ମମିତାଙ୍କୁ ବିଶ୍ୱାସକୁ ନେଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଗୋବିନ୍ଦର ନିକଟତର ହେବାକୁ ବାରମ୍ବାର ଉଦ୍ୟମ କରୁଥିଲେ । ମମିତାଙ୍କର ସମସ୍ତ ଦୋଷ ଦୁର୍ବଳତା ଗୋବିନ୍ଦକୁ ଜଣାଉଥିଲେ । ଏପରିକି ଲକ୍‌ଡାଉନ୍ ପରେ ସ୍କୁଲ ଖୋଲିଲେ ମମିତାକୁ ହଟାଇ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷା କରିବାର ଥିଲା । ମାତ୍ର ମମିତା ସେ ଯୋଜନା ସମ୍ପର୍କରେ ଜାଣିପାରି ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଗୋବିନ୍ଦର କଳାକାରନାମା ସମ୍ପର୍କରେ କହିଥିଲେ ଓ କିଛି ପ୍ରମାଣ ବି ଦେଖାଇଥିଲେ । ସେ ସବୁ ଶିକ୍ଷୟିତ୍ରୀଙ୍କ ସହିତ ଖେଳୁଛି ବୋଲି ବୁଝାଇବା ପରେ ତିନିଜଣଯାକ ମିଶିଯାଇଥିଲେ । ସମସ୍ତେ ମିଶି ଗୋବିନ୍ଦର ପର୍ଦ୍ଦାଫାସ କରିବାକୁ ଯୋଜନା କରିଥିଲେ । ସେମାନେ ମିଳିତ ଭାବରେ ଏକ ଫେସବୁକ୍ ଆଇଡି ଖୋଲି ସେଥିରେ ଗୋବିନ୍ଦର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସବୁ ଛାଡ଼ିବାର ଧମକ୍ ଦେଇଥିଲେ । ଗୋବିନ୍ଦ ଏସବୁ ଜାଣିବା ପରେ ମାମଲାକୁ ଚତୁରତାର ସହିତ ହ୍ୟାଣ୍ଡେଲ୍ କରିଥିଲା । ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ବୁଝାଇବାରେ ସମର୍ଥ ହୋଇଥିବା ବେଳେ ମମିତାଙ୍କୁ କିନ୍ତୁ ନିୟନ୍ତ୍ରଣକୁ ନେଇପାରିନଥିଲେ । ଶେଷରେ ମମିତାଠାରୁ ବ୍ଲାକ୍‌ମେଲର ଶିକାର ହେବାପରେ ତାକୁ ରାସ୍ତାରୁ ହଟାଇ ଦେଇଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking