29.1 C
Bhubaneswar
Tuesday, May 7, 2024
Homeପଶ୍ଚିମବଙ୍ଗ ନିର୍ବାଚନଧାରଣାରେ ବସିବେ ଦିଦି

ଧାରଣାରେ ବସିବେ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ମତଦାନ ପୂର୍ବରୁ ନିର୍ବାଚନ କମିଶନ ମମତା ବାନାର୍ଜୀଙ୍କ ଉପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ଉପରେ ଆଜି କୋଲକାତାରେ ମମତା ବାନାର୍ଜୀ ଧାରଣାରେ ବସିବେ । ସିଏମଙ୍କୁ ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରାଯାଇଛି । ଖବର ଅନୁସାରେ, ବ୍ୟାନ ଶେଷ ହେବା ପରେ ମମତା ବାନାର୍ଜୀ ବାରାସାତରେ ଏକ ରୋଡ୍ ସୋ କରିବେ । ଅନ୍ୟପଟେ ପିଏମ ମୋଦି ଆଜି ବଙ୍ଗଳାରେ ରାଲି କରିବେ । ଟିଏମସି ଏହାକୁ ବ୍ଲାକ ଡେ ଅଫ୍ ଡେମୋକ୍ରାସି କହିଛି । କହିରଖୁଛୁ ଯେ, ମମତା ବାନାର୍ଜୀ ଚଣ୍ଡୀତଲ୍ଲାର ଏକ ରାଲିରେ ମୁସଲିମଙ୍କ ସହ ଏକଜୁଟ ହୋଇ ଭୋଟ କରିବା ପାଇଁ ଅପିଲ କରିଥିଲେ । ଯାହାପରେ କମିଶନ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ମମତା ବାନାର୍ଜୀ ଆଜି ବ୍ୟାନ ଶେଷ ହେବା ପରେ ଦୁଇଟି ସଭା କରିବେ । କୁହାଯାଉଛି ଯେ, ତାଙ୍କର ପ୍ରଥମ ସଭା ବାରାସାତ ଓ ଅନ୍ୟଟି ବିଧାନନଗରରେ ହେବ । ସେଠାରେ ସେ ରୋଡ୍ ଶୋ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking