34.1 C
Bhubaneswar
Friday, March 29, 2024
Homeଜୀବନଶୈଳୀଆପଣଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଉଛି କି

ଆପଣଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଉଛି କି

ନୂଆଦିଲ୍ଲୀ: ଆମ ଶରୀର ସଠିକ ଭାବରେ ସଂଚାଳନ ହେବା ପାଇଁ ଭିଟାମିନ ଡି ଏକ ମହତ୍ୱପୂର୍ଣ୍ଣ ଭିଟାମିନ । ଏହାକୁ ସନ ସାଇନ ଭିଟାମିନ ବି କୁହାଯାଏ । କାରଣ ଏହି ଭିଟାମିନର ସବୁଠୁ ବଡ ଉତ୍ସ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କିରଣ । ଭିଟାମିନ ଡି ହର୍ମୋନ ଭଳି କାମ କରିଥାଏ । ଶରୀରର ପ୍ରତି କୋଷକୁ ଏହା ପ୍ରଭାବିତ କରିଥାଏ ।
ସୂଚନା ଅନୁସାରେ, ଯେତେବେଳେ ଆପଣଙ୍କ ଶରୀର ସୂର୍ଯ୍ୟଙ୍କ ସଂପର୍କରେ ଆସେ, ସନ ଲାଇନ ସଂପର୍କରେ ଆସି ଶରୀରରେ ଥିବା କୋଲେଷ୍ଟ୍ରୋଲ ଭିଟାମିନ ଡି କରିବା ଆରମ୍ଭ କରିଥାଏ । ଅନେକ ପ୍ରକାର ଫୁଡ ଯେମିତିକି ଫ୍ୟାଟି ଫିସ୍ ଓ କିଛି ଡାଏରୀ ପ୍ରଡକ୍ଟସ ମାଧ୍ୟମରେ ଶରୀରରେ ଭିଟାମିନ ଡି ଅଭାବ ପୂରଣ କରିଥାଏ ।
କହିରଖୁଛୁ, ସାରା ବିଶ୍ୱରେ ଭିଟାମିନ ଡି ଅଭାବରେ ପ୍ରାୟ ୧ ଅରବ ଲୋକେ ପ୍ରଭାବିତ । ୨୦୧୧ରେ ହୋଇଥିବା ଗବେଷଣାରେ ଜଣାପଡିଛି ଯେ, କେବଳ ଆମେରିକାରେ ୪୧.୦୬ ପ୍ରତିଶତ ଲୋକେ ଭିଟାମିନ ଅଭାବରୁ ପ୍ରଭାବିତ ଅଛନ୍ତି । ଯେଉଁଥିରେ ୮୧ ପ୍ରତିଶତ ଆମେରିକାନ ଥିଲେ । ଭାରତରେ ୭୦ରୁ ୮୦ ପ୍ରତିଶତ ଲୋକ ଭିଟାମିନ ଡି ଅଭାବରେ ଜଡିତ ଅଛନ୍ତି ।
ଏହି କାରଣ ପାଇଁ ଭିଟାମିନ ଡି ଅଭାବ ପରିଲକ୍ଷିତ ହୋଇଥାଏ
ବୟସ ବୃଦ୍ଧି
ଡାଏରୀ ପ୍ରଡକ୍ଟର ଓ ଫିସ କମ ଖାଇବା
ଅଧିକ ଓଜନ ହେବା
ସୂର୍ଯ୍ୟ କିରଣ ନପଡିବା
ସବୁବେଳେ ସନସ୍କ୍ରିନ ବ୍ୟବହାର କରିବା
ଘର ଭିତରେ ସବୁବେଳେ ରହିବା
ଡାର୍କ ସ୍କିନ ଟୋନ ହେବା

ଲକ୍ଷଣ
ଏରୀରରେ ଭିଟାମିନ ଡି ଅଭାବ ହେଲେ ଏହାର ବଡ ଲକ୍ଷଣ ହେଲା ଆପଣଙ୍କୁ ସବୁବେଳେ ଥକ୍କା ଲାଗିବା । ଯଦି ଆପଣ ଠିକସେ ଖାଉଛନ୍ତି, ରାତିରେ ଭଲରେ ଶୋଉଛନ୍ତି, ତା ପରେ ବି ଆପଣଙ୍କୁ ନିଦ ଆସେ, ତେବେ ଏହା ଭିଟାମିନ ଡି ଅଭାବ ହେବାର ଲକ୍ଷଣ ।
ଏରୀରରେ କ୍ୟାଲସିୟମ ଅବଜର୍ଭ କାମ ଭିଟାମିନ ଡି କରିଥାଏ । ଯଦି ଆପଣ କ୍ଷୀର ପିଅନ୍ତି ଓ କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଆନ୍ତି, ଏହା ପରେ ବି ଆପଣଙ୍କୁ ଶରୀରରେ ଦରଜ ରହେ, ତେବେ ଏହା ଭିଟାମିନ ଡି ଅଭାବର ଲକ୍ଷଣ ।
ସବୁବେଳେ ଡିପ୍ରେସନରେ ରହିବା କିମ୍ବା ଏଙ୍ଗଜାଇଟି ଅନୁଭବ କରିବା, ତାହା ବି ଭିଟାମିନ ଡି ଅଭାବ ର ଲକ୍ଷଣ । ଏହାବ୍ୟତୀତ ଚୁଟି ଝଡିବା ବି ଭିଟାମିନ ଡି ଅଭାବ ହେବାର ଲକ୍ଷଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking