28.1 C
Bhubaneswar
Saturday, April 27, 2024
Homeଓଡିଶାଜାଲରେ ଫସି ଯୁବକଙ୍କ ପ୍ରାଣ ଗଲା

ଜାଲରେ ଫସି ଯୁବକଙ୍କ ପ୍ରାଣ ଗଲା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମ ପଂଚାୟତର ଜୟପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ । ମାତ୍ର ଜଳ ମଧ୍ୟରେ ମାଛଜାଲରେ ଫସିଯିବା ଫଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।

ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଳା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ମଙ୍ଗେଇ ତରେଇ (୪୫) ମାଛ ମାରିବାକୁ ଯାଇ ଆଉଫେରି ନଥିଲେ । ଦୀର୍ଘ ସମୟ ଧରି ସେ ନଫେରିବାରୁ ପରିବାର ଲୋକେ ଏଣେ ତେଣେ ଖୋଜା ଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା । ବହୁ ଖୋଜା ଖୋଜି ପରେ ମାଳପୁରା କରମୁଳ ନଦୀଘାଟରୁ ଜାଲ ସହ ତାଙ୍କୁ ଉଦ୍ଧାର କରିଥିଲେ । ଜଳ ମଧ୍ୟରେ ମାଛ ଜାଲରେ ଫସିଯିବା ଫଳରେ ସେ ପ୍ରାଣ ହରାଇଛନ୍ତି । ପରେ ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ । ଖବର ପାଇ ଭୁବନ ରାଜସ୍ୱ ଅଧିକାରୀ ଓ ପୁଲିସ ଅଧିକାରୀ ସେଠାରେ ପହଂଚି ତଦନ୍ତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking