31.1 C
Bhubaneswar
Tuesday, May 7, 2024
Homeକରୋନାଦେଶରେ ୨୪ ଘଣ୍ଟାରେ ୧.୬୦ ଲକ୍ଷ କରୋନା କେସ୍ ରେକର୍ଡ;୮୮୦ ଜଣଙ୍କ ମୃତ୍ୟୁ

ଦେଶରେ ୨୪ ଘଣ୍ଟାରେ ୧.୬୦ ଲକ୍ଷ କରୋନା କେସ୍ ରେକର୍ଡ;୮୮୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାର କରାଳ ରୂପ ଦେଖାଉଛି । ପ୍ରତି ଦିନ ବଡ ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ହସ୍ପିଟାଲଗୁଡିକରେ ବେଡ୍ ର ଅଭାବ ପରିଲକ୍ଷିତ ହେଉଛି । ଯାହା ୨୦୨୦ରୁ ଅଧିକ ଖରାପ ସ୍ଥିତି ଦେଖାଉଛି ।
ଏହା ମଧ୍ୟରେ ଗତ ୨୪ ଘଣ୍ଟାରେ ଯଦି କରୋନାର ନୂଆ ମାମଲା କଥା କହିବା, ତେବେ ୧.୬୦ ଲକ୍ଷ କରୋନା କେସ୍ ରେକର୍ଡ କରାଯାଇଛି । ଯେତେବେଳେ କି ୮୮୦ ଜଣଙ୍କ ପ୍ରାଣ ଯାଇଛି । ଗତ କିଛି ଦିନ ଧରି ପ୍ରତିଦିନ ୧.୫୦ ଲକ୍ଷରୁ ଅଧିକ କେସ ରେକର୍ଡ କରାଯାଉଛି ।
ଗତ ୨୪ ଘଣ୍ଟାରେ ମୋଟ ୧୬୦୬୯୪ କେସ ସାମ୍ନାକୁ ଆସିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୮୮୦ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୯୬୭୨୭ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୮୬୦୭୩ ରହିଥିବା ବେଳେ ଆକ୍ଟିଭ କେସ ୧୨୫୮୯୦୬ ରହିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୭୧୦୮୯ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking