31.1 C
Bhubaneswar
Sunday, May 19, 2024
Homeଓଡିଶାକୋଭିଡ କେୟାର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ

କୋଭିଡ କେୟାର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓସ୍ୱାନ ସଭାଗୃହ ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରୁ ରାଜ୍ୟ ବାହାରୁ କୌଣସି ବ୍ୟକ୍ତି ଆସୁଥିଲେ ସେମାନଙ୍କୁ ଅଙ୍ଗନୱାଡି କର୍ମୀ, ଆଶା, ପିଆରଆଇ ମେମ୍ବର, ୱାର୍ଡ ମେମ୍ବର, ସ୍ଥାନୀୟ ଶିକ୍ଷକ ଓ ସରପଂଚଙ୍କ ଦ୍ୱାରା ଚିହ୍ନଟ କରାଯାଇ ୭ ଦିନ ହୋମ କ୍ୱାରେଂଟାଇନରେ ରହିବାର ବ୍ୟବସ୍ଥା କରାଯିବ ।

ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବା ସହିତ ଯଦି ସେମାନଙ୍କର ପଜିଟିଭ ବାହାରେ ସେମାନଙ୍କର ଉପଯୁକ୍ତ ଚିକିିତ୍ସା କରାଇବା, ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନ କରାଇବା, ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେବା ଏବଂ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଟିକାକରଣ ପ୍ରତି ସଚେତନ କରାଇବା ଉପରେ ଆଲୋଚନା ହୋଇଥିଲା । ସର୍ବସାଧାରଣ ହାଟ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ମାସ୍କ ବ୍ୟବହାର, ସାମାଜିକ ଦୁରତ୍ୱ ଅନୁପାଳନର କଡାକଡି ଯାଂଚ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଥଣ୍ଡାଜ୍ୱର, କାଶ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।

ବିଭିନ୍ନ ପୂଜା ପର୍ବାଣି ସମୟରେ ପୂଜାକର୍ମର ରୀତିନୀତି କରାଯିବ । କିନ୍ତୁ ଜିଲ୍ଲା ମଧ୍ୟରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନସମାଗମକୁ ଜିଲ୍ଲାପାଳ ବାରଣ କରିଛନ୍ତି । ଏଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସଂପ୍ରତି କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରମିତ ହେଉଥିବାରୁ ଜିଲ୍ଳାର କୋଭିଡ କେୟାର ସେଂଟରକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଜିଲ୍ଲା ବିଭିନ୍ନ ବିଭାଗର ବହୁ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking