29.1 C
Bhubaneswar
Saturday, April 27, 2024
Homeଓଡିଶାଜଳ ଭଣ୍ଡାର ଭିତରେ ଦେଶୀ ଡ଼ଙ୍ଗା ବୁଡ଼ି ଜଣେ ନିଖୋଜ

ଜଳ ଭଣ୍ଡାର ଭିତରେ ଦେଶୀ ଡ଼ଙ୍ଗା ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା: ବାଲିମେଳା ଜଳ ଭଣ୍ଡାର ଚିତ୍ରକୋଣ୍ଡା ବନଦୃଗା ମନ୍ଦିର ନଦୀ କୂଳରେ କିଛି ମାଛ ମରାଳି ନିଜର ଦେଶୀ ଡ଼ଙ୍ଗାକୁ ମାଛ ମାରି ସାରିବା ପରେ କୂଳରେ କାଠ ପୋତି ଦଉଡ଼ିରେ ବାନ୍ଧି ରଖିଥାନ୍ତି, ଜାଲରୁ ମାଛ ଧରିବା ସମୟ ହେଲେ ପୁଣି କୂଳରେ ଥିବା ଦେଶୀ ମାଛ ଡ଼ଙ୍ଗାକୁ ଖୋଲି ମାଛ ମାରନ୍ତି, କିନ୍ତୁ ଗଲା କାଲି ହଠାତ କେହି ଜଣେ କମ ବୟସ୍କ ଯୁବକ ଅପରାହ୍ନ ପାଞ୍ଚ ଘଟିକା ସମୟରେ ନଦୀ କୂଳରେ ବାନ୍ଧି ରଖା ଯାଇଥବା ଦେଶୀ ଡ଼ଙ୍ଗା ଧରି ନଦୀ ଭିତରକୁ ଯାଇଥିଲା, ଡ଼ଙ୍ଗା ରେ ପାଣି ପଶିଯାଇଥିବାରୁ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ପିଲାଟି ଚିତ୍କାର କରି ଡ଼ଙ୍ଗା ବୁଡିଗଲା ବଞ୍ଚାଅ ବଞ୍ଚାଅ ବୋଲି ଡାକ ଛାଡ଼ିଥିଲା, ଡାକ ଶୁଣି ଦୃଘଟଣା ଘଟିଥିବା ନିକଟ ଦୋରାଗୁଡ଼ା ଡ଼ଙ୍ଗା ଘାଟରୁ ଗୋଟିଏ ଡ଼ଙ୍ଗା ଓ ଅନ୍ୟ ଆଉ ଗୋଟିଏ ଡଙ୍ଗାରେ ଦୁଇ ଜଣ ମାଛ ମରାଳି ଆସି ବହୁ ସମୟ ଧରି ଖୋଜା ଖୋଜି କରି କେବଳ ଦେଶୀ ଡ଼ଙ୍ଗାଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ l

ମାତ୍ର ବୁଡ଼ିଯାଇଥିବା ବ୍ୟକ୍ତି ଜଣକ କିଏ ଅପରାହ୍ନ ସୁଧା ଜଣା ପଡ଼ିନଥିଲା l ଉକ୍ତ ଖବର ହଠାତ ଚିତ୍ରକୋଣ୍ଡା ରେ ଚର୍ଚ୍ଚା ହୋଇ ଚହଳ ପଡୁଥିବା ବେଳେ ଗଲା କାଲି ସନ୍ଧ୍ୟା ସମୟରେ ଚିତ୍ରକୋଣ୍ଡା ର ବିଭିର୍ନ ସ୍ଥାନରେ ଖୋଜାଯାଏ ଚିତ୍ରକୋଣ୍ଡା ଟିଡ଼ିଆର କଲୋନୀ ଦିଲୀପ କୁମାର ମିଶ୍ର ଙ୍କର ଗୋଟିଏ ପୁଅ ଦୀପ୍ତିଦେବାଶିଷ ମିଶ୍ର (କାହ୍ନl ), ବୟସ -20 ବର୍ଷ କୁ, ସେ ଦିନ ଦୁଇଟା ତିରିଶ ଘରୁ ଯାଇ ଫେରି ନଥିଲା l ସେଥିପାଇଁ ଦିଲୀପ କୁମାର ମିଶ୍ର ପୁଅ ର ନିଖୋଜ ଖବର ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିବା ସହ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଙ୍କୁ ଜଣାଇବା ପରେ l ଡଙ୍ଗାରେ ବୁଡିବା ଘଟଣା ଘଟିଥିବା ସହ ପିଲା ହଜିଯାଇଥିବାର ଘଟଣା ପ୍ରାୟ ପାଖାପାଖି ସମାନ ହୋଇଥିବାର ଦେଖିବାକୁ ମିଳିଥିବା ବେଳେ ଅଧିକ ସନ୍ଧେହ ଖେରରେ ଟାଣି ନେଇଥିଲା ଉକ୍ତ ଦୃର୍ଘଟଣା l ଗୋଟିଏ ପଟେ କାନ୍ହା ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଖୋଜ ରହିଥିବା ବେଳେ ଅନ୍ୟ ପଟେ ନଦୀ ଦେଶୀ ଡ଼ଙ୍ଗା ବୁଡ଼ି ଜଣେ ନିଖୋଜ ରହିବା ଘଟଣା ପ୍ରାୟ ସମାନ ରହିଥିବା ବେଳେ ଗଲା କାଲି ଆଉ କାନ୍ହା ମିଳି ନଥିଲା l

ଆଜି ସକାଳୁ ଚିତ୍ରକୋଣ୍ଡା ଚିତ୍ରକୋଣ୍ଡା ତହସିଲଦାର ଙ୍କ ନିର୍ଦେଶ କ୍ରମେ ତହସିଲ କର୍ମଚାରୀ ଙ୍କ ସହ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ ଙ୍କ ନିର୍ଦେଶ କ୍ରମେ ଏସଆଇ କୃଷ୍ଣ ସେବକ ପାଙ୍ଗି ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ବହୁ ଖୋଜାଖୋଜି କରିଥିଲେ ମାତ୍ର ଆଜି ଅପରାହ୍ନ ସୁଧା ଶରୀର ପାଇବାରେ ସଫଳ ହୋଇ ନଥିଲେ କିନ୍ତୁ ଖୋଜା ଖୋଜି ଜାରି ରହିଛିl ପ୍ରକାଶ ଥାଉକି ଦୀପ୍ତି ଦେବାଶିଷ ମିଶ୍ର (କାନ୍ହା ) ର ନିୟମିତ ଦୀର୍ଘ ଛ ମାସ ସ୍ୱାସ୍ଥ୍ୟ ବସ୍ଥା ଭଲ ନଥିଲା ଏବଂ ଦଶ ଦିନ ହେବ ତାର ଡାହାଣ ହାତର ଖଞ୍ଜା ଖସି ଯାଇଥିବାରୁ ସହଜରେ କାନ୍ହା ର ଦେଶୀ ଡଙ୍ଗାରେ ବୁଡ଼ି ନିଖୋଜ ଥିବା ଖଟଣା କୁ ହଜମ କରି ପାରୁ ନାହାନ୍ତିl ତେଣେ ଦିଲୀପ ମିଶ୍ର ଗୋଟିଏ ମାତ୍ର ପୁଅ ର ଦୀର୍ଘ ଦିନର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ପୁଅ ଦେଶୀ ମାଛ ଡ଼ଙ୍ଗା ରେ ବୁଡ଼ିଯାଇ ନିଖୋଜ ଥିବା ଘଟଣା କୁ ନେଇ ଚିତ୍ରକୋଣ୍ଡା ସହର ତଥା କଲୋନୀରେ ଶୋକର ଛାୟା ଖେଳି ଯାଇଛି.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking