ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଭେଜନପାଲୀ ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଗତ ଦେଢ଼ ମାସ ମଧ୍ୟରେ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏବେ ବି ୧୦ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ ହାତଗୋଡ଼ ଫୁଲିବା ସହ ଶରୀର ଦୁର୍ବଳ ହୋଇ ପଡ଼ୁଛି। ଶେଷରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଲୋକେ କହିଛନ୍ତି। ରୋଗରେ ଆକ୍ରାନ୍ତ ବ୍ୟକ୍ତି ମେଡିକାଲ ନ ଯାଇ ଗୁଣି ଗାରେଡ଼ି ଉପରେ ନିର୍ଭର କରୁଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବର୍ତ୍ତମାନ ସୁଦ୍ଧା ଡାକ୍ତର ଟିମ୍ ପହଞ୍ଚି ନ ଥିବା ଜଣାପଡ଼ିଛି।