ପ୍ରେମ ସମ୍ପର୍କକୁ ନେଇ ସୌରଚକ୍ର ବିଜେତା ବଲବନ୍ତର ସିଂଙ୍କୁ ହତ୍ୟା

ପଞ୍ଜାବ : ସୌରଚକ୍ର ବିଜେତାଙ୍କ ମୃତ୍ୟୁ ପଞ୍ଜାବ ପୋଲିସ୍ ଆଖିରୁ ନିଦ ହଜାଇ ଦେଇଛି । କମ୍‌ରେଡ଼ ବଲବିନ୍ଦର ସିଂ ପଞ୍ଜାବର ତରନତାରନ ଠାରେ ତାଙ୍କ ବାସଭବନରେ ଥିବା ସମୟରେ କେତେଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ପରିବାରବର୍ଗ ପୋଲିସକୁ ଖବର ଦେଇଥିଲେ ।ତେବେ ପରିବାରରେ ଏହାକୁ ଏକ ଆତଙ୍କବାଦୀ ଅକ୍ରମଣ ବୋଲି କହିଥିଲେ କାରଣ ପୁର୍ବରୁ ବଲ୍‌ବନ୍ତର ସିଂ ଆତଙ୍କୀ ମାନଙ୍କ ବିରୁଦ୍ଧରେ ଏକ ଅପରେସନ କରିଥିଲେ ଓ ସଫଳ ହେଇଥିଲେ ତେଣୁ ସେ ଗତ୧୯୯୩ରେ ରାଷ୍ଟ୍ରପତିଙ୍କ ଦ୍ୱାରା ସୌରଚକ୍ର ସମ୍ମାନରେ ସମ୍ମାନୀତ ହେଇଥିଲେ ।
ପୋଲିସ୍‌ର ପ୍ରଥମେ ସିସିଟିଭି କ୍ୟାମେରାକୁ ଯାଞ୍ଚକରି ୨ ଯୁବକଙ୍କୁ ଲୁଧିଆନାରୁ ଗିରଫ କରିଥିଲା । ଯେଉଁ ମାନଙ୍କ ସମ୍ପର୍କ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ମାନଙ୍କ ସହିତ ଥିଲ ।ପରେ ପୋଲିସକୁ ହତ୍ୟା ଘଟଣାଟି ଏକ ପ୍ରେମ ସମ୍ପର୍କ ସହ ଜଡ଼ିତବୋଲି ଜଣପଡ଼ିଥିଲା । ତଦନ୍ତ ଅନୂସାରେ ୨ଜଣ ଯୁବକଙ୍କୁ ତାଙ୍କ ପ୍ରେମିକା ୨ଜଣ ଘରୁ ବାହାର କରିଦେଇଥିଲେ ତେଣୁ ମୁଣ୍ଡ ଗୁଞ୍ଜିବାକୁ ଯାଗା ନଥିବାରୁ ସେମାନେ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ଗ୍ୟାଙ୍ଗଷ୍ଟର ମାନେ ତାଙ୍କୁ ରହିବାକୁ ଯାଗା ଦେବା ସହିତ ବଲବନ୍ତର ସିଂଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ ।ତେଣୁ ସେମାନେ ବଲବନ୍ତର ସିଂଙ୍କ ଘରକୁ ଯଇ ତାଙ୍କର ହତ୍ୟା କରିଦେଇଥିଲେ ।ପୋଲିସ୍ ଏନେଇ ୧୧ ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି ।

LEAVE A REPLY

Please enter your comment!
Please enter your name here