33.1 C
Bhubaneswar
Saturday, April 27, 2024
Homeଓଡିଶାଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ର  ଅଙ୍ଗନୱାଡ଼ି ଦିଦିଙ୍କର ନାମରେ ଗାଁ ଲୋକ କଲେ ଅଭିଯୋଗ 

ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ର  ଅଙ୍ଗନୱାଡ଼ି ଦିଦିଙ୍କର ନାମରେ ଗାଁ ଲୋକ କଲେ ଅଭିଯୋଗ 

ମାଲକାନଗିରି(ପ୍ରଭାତ ଶାହା) -ଏହିପରି ଘଟଣା ଦେଖିବାକୁ ମିଳିଛି  ମାଲକାନଗିରି ଜିଲ୍ଲାର MPV – 113 ଗ୍ରାମରେ ଲକଡାଉନର ଆରମ୍ଭ ସମୟରେ ସରକାରଙ୍କ ତରଫରୁ ସବୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଗର୍ଭବତୀ ମହିଳା , ପ୍ରସୂତି ମହିଳା ଓ ଛୋଟଛୋଟ ପିଲାଙ୍କ ପାଇଁ ଯେଉଁ ସବୁ ଖାଦ୍ୟ ସାମଗ୍ରୀ ଆସୁଥିଲା ତାକୁ ଠିକଭାବରେ ଏମାନଂକୁ ଏଠାରେ  ଦିଆଯାଉ ନଥିଲା  ଓ ଅତି ନିମ୍ନ ଧରଣର ଲଡ଼ୁ ଦିଆ ଯାଉଥିଲା ତା ଭିତରେ ଠିକରେ ବାଦମ ଭି ନାହିଁ  l କେବଳ ଏତିକି ନୁହେଁ  ଖାଦ୍ୟ ସାମଗ୍ରୀକୁ ସବୁ ଲୋକଙ୍କ ଘରେ ଘରେ ଯାଇ ବାଣ୍ଟିବାକୁ ମଧ୍ୟ କୁହାଯାଉଥିଲା ମାତ୍ର ଅଙ୍ଗନୱାଡ଼ି ଦିଦି ସେମିତି କିଛି କରି ନ’ଥିଲେ l କୌଣସି ମାଆ ଯଦି ଖାଦ୍ୟ ସାମଗ୍ରୀ ନେବାପାଇଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିକେ ଡେରିରେ ଆସନ୍ତି ସେତେବେଳେ  ଦିଦି ମାଆ ମାନଙ୍କ ସହ ଖରାପ ବ୍ୟବହାର ମଧ୍ୟ  କରୁଛନ୍ତି l
ଗ୍ରାମରେ  ମହିଳା ମାନଙ୍କ କହିବା ଅନୁସାରେ ଗର୍ଭବତୀ ମହିଳା ମାନଙ୍କୁ ସରକାରଙ୍କ ତରଫରୁ ଯେଉଁ ସବୁ ସୁବିଧା ଦୁଇ ରୁ ତିନି ମାସ ମଧ୍ୟରେ ଯୋଗେଇ ଦେବା କଥା ସେହି ସବୁ ସୁବିଧା ଗର୍ଭବତୀ ମହିଳା ମାନଙ୍କୁ  ୬ ରୁ ୭ ମାସ ପରେ ଦିଆଯାଉଛି l ଏହିପରି ଘଟଣା ପୂର୍ଵରେ ମଧ୍ୟ କାଲିମେଳା ବ୍ଲକ ର M .P. V -73 ଗାଁ ଓ   M .P. V-  83 ଗାଁ ରେ ଦେଖାଯାଇଥିଲା ଓ ବର୍ତମାନର ଘଟଣା ଟି ମଧ୍ୟ ଠିକ ସେହିପରି କିନ୍ତୁ MPV – 113 ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଶିଶୁ ଓ ମାଆ ମାନଙ୍କୁ ଖାଦ୍ୟ ଦେବା ପରିବର୍ତ୍ତେ ଶହେ ଟଙ୍କା ଲେଖାଏଁ ଦେଲେ ଏବଂ କହିଲେ ଏହି ଟଙ୍କାରେ ତମେ ତମର ସବୁ ଆବଶ୍ୟକତା କୁ ପୂରଣ କର l
ଅଙ୍ଗନୱାଡ଼ି କର୍ମୀ ମାନଙ୍କର ଏହିପରି କାର୍ଯ୍ୟ ବାରମ୍ବାର ଦେଖାଯାଉଥିଲେ ମଧ୍ୟ  ପ୍ରଶାସନ ଏଥି ପ୍ରତି କୌଣସି  କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହିଁ ?   କାହିଁକି ପ୍ରଶାସନ ବର୍ତ୍ତମାନ ନିରବ ?
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking