39.1 C
Bhubaneswar
Friday, April 26, 2024
Homeଓଡିଶାନିଆରା ଢଙ୍ଗରେ ୪୦ତମ ଜନ୍ମ ଦିନ ପାଳିଲେ ସମାଜସେବୀ ବିମଳ ଚନ୍ଦ୍ର ଦାସ

ନିଆରା ଢଙ୍ଗରେ ୪୦ତମ ଜନ୍ମ ଦିନ ପାଳିଲେ ସମାଜସେବୀ ବିମଳ ଚନ୍ଦ୍ର ଦାସ

ଯାଜପୁର : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡିଶା” ପକ୍ଷରୁ ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ୩୮ ତମ ଜନ୍ମ ବାର୍ଷିକ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା  ସଭାପତି ବସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସଙ୍କର ୪୦ ତମ ଜନ୍ମ ବାର୍ଷିକ ଟ୍ରଷ୍ଟର ରାଜ୍ୟରେ ଥିବା ବିଭିନ୍ନ ଶାଖା ମାନଙ୍କରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତାକୁ ବଜାଇରଖି ବିଭିନ୍ନ ସେଵା କାର୍ଯ୍ୟ କରୁଥିବା ହୋଇଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ମାନେ ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କର ସେବା ମନୋଭାବ, ପରିବାର, ସମାଜ ପ୍ରତି କର୍ତବ୍ୟ, ସେ ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ କର୍ତ୍ତବ୍ୟ ସମ୍ପାଦନ,ଅସହାୟ ମଣିଷଙ୍କ ପାଇଁ ସାହାଯ୍ୟ ମନୋଭାବ ଉପରେ ଆଲୋକପାତ କରିଥିଲେ,ଆଜି ସେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତିରେ ନିର୍ମିତ ଏହି ଚାରିଟେବୁଲ ଟ୍ରଷ୍ଟ ତାଙ୍କ ସ୍ୱପ୍ନକୁ ସଫଳ ରୂପାୟନ କରିବାକୁ ପ୍ରୟାସ ଜାରି ରଖିଛି ଟ୍ରଷ୍ଟ ! ଏହା ସହ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସଭାପତି ଇଂ. ବିମଳ ଚନ୍ଦ୍ର ଦାସଙ୍କର ୪୦ ତମ ଜନ୍ମ ଜୟନ୍ତୀ ନିଆରା  ଢଙ୍ଗରେ ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର ର ରେ ରକ୍ତ ଦାନ କରି ପାଳନ  କରାଯାଇଛି ! ଏହି ମର୍ମରେ ବକ୍ତା ମାନେ ସୁଭେତ୍ସା ବାର୍ତା ପ୍ରଦାନ କରିବା ସହ ବିଭିନ୍ନ ସେଵାକାର୍ଯ୍ୟ ଯଥା ବରୀ ବ୍ଲକ ଅନ୍ୟାସପୁର ସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ,ରତ୍ନଗିରି ସିଏଚସି ନିଉ ବହୁ ସ୍ଥାନରେ କରୋନା ଭୁତାଣୁ  ସଂକ୍ରମଣ ରୋକିବାପାଇଁ ବିଶୋଧନ କାର୍ଯ୍ୟକ୍ରମ, ୪୨ ମୌଜ଼ା କଟକ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, କେନ୍ଦ୍ରାପଡା ବିଭିନ୍ନ ଜାଗାରେ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ପ୍ରଦାନ ସହ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ରକ୍ତ ଭଣ୍ଡାର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କରାଜାଇ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ! ଏହି ମହତ କାର୍ଯ୍ୟରେ ଟ୍ରଷ୍ଟ ପକ୍ଷରୁ ବରୀ ଶାଖା ସଂଯୋଜକ ବିଜୟ ସାହୁ,ବିରେନ ରାଉତ,ତୁଷାର ଶାନ୍ତି, ଜୟନ୍ତ ଜେନା, ଦେବାଶିଷ ଶାନ୍ତି, ଚୈତନ୍ୟ ମଲ୍ଲିକ,ଜଗନ୍ନାଥ ଟ୍ରଷ୍ଟର ଆବାହକ ସମାଜସେବୀ ଦମନ ମହାନ୍ତି,ସହ ସମ୍ପାଦକ ସୁରଜ ବେହେରା ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିଇଥିଲେ ! ଟ୍ରଷ୍ଟର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ କଥାକାର ଶରତ କୁମାର ଜେନା, ସାମ୍ବାଦିକ ମକୁନ୍ଦ ନାୟକ, କବି ଅମୀୟ ପରିଡା,ଶିବ ପ୍ରସାଦ ଦାସ,ଉପସଭାପତି ଇଂ. କମଲେଶ ମିଶ୍ର ଶର୍ମା, ଇଂ.ଶିବ ପ୍ରସାଦ ସମଲ ଆଦି ଯୋଗଦାନ କରିଥିଲେ  ! ଏହିପରି ସେବାକାର୍ଯ୍ୟ ଆଗକୁ ଜାରିରହିବ ଟ୍ରଷ୍ଟ ପରିବାରର ସ୍ୱେଚ୍ଛାସେବୀ ମାନଙ୍କର ଜନ୍ମ ବାର୍ଷିକ, ବିବାହ ବର୍ଷିକ ଆଦି ସମସ୍ତ ଉତ୍ସବ ନିରାଡ଼ମ୍ବର ଭାବରେ  ପାଳନ କରିବାକୁ ମିଡ଼ିଆ ସେଲ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ ସମସ୍ତଙ୍କୁ ନିଵେଦନ କରିଛନ୍ତି ! ସଭାପତି ଇଂ.ବିମଳ ଚନ୍ଦ୍ର ଦାସ ତାଙ୍କ ଜନ୍ମ ଦିବସରେ ଏହି ମହାନ ସେବକାର୍ଯ୍ୟରେ ତାଙ୍କୁ ସହଯୋଗ, ଶୁଭକାମନା ଜଣାଇଥିବା ଟ୍ରଷ୍ଟର  କର୍ମକର୍ତ୍ତା,ଗଣମାଧ୍ୟମ ବଂଧୁଗଣକୁ ସାଧୁବାଦ ଜଣାଇବା ସହ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଅନ୍ତରର ଗଭୀର ତମ ପ୍ରଦେଶରୁ ଶ୍ରଦ୍ଧା, ସମ୍ମାନ, ଭକ୍ତି ଜଣାଇଛନ୍ତି  ! ବୁଦ୍ଧିଜୀବୀ ମହଲ  ସାଧାରଣରେ ଟ୍ରଷ୍ଟର ଏପରି ମହନୀୟ ସେବକାର୍ଯ୍ୟକୁ ତଥା ନିଆରା ଢଙ୍ଗରେ ସ୍ମୃତିସଭା,ଜନ୍ମ ବାର୍ଷିକ ପାଲନକୁ ଉଚ୍ଚ ପ୍ରସଂଶା କରାଯାଇଛି !
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking