32.1 C
Bhubaneswar
Monday, May 11, 2026
Homeଓଡିଶାଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ। ରବିବାର ବିଳମ୍ବିତ ରାତିରେ ଗଞ୍ଜାମର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ନିଦାନ କେନ୍ଦ୍ରର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ରିପୋର୍ଟ ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ ୧:୩୦ ସମୟରେ ଏମକେସିଜି ହସ୍ପିଟାଲର ନିଦାନ କେନ୍ଦ୍ରର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ହସ୍ପିଟାଲର ଏକ ଏୟାର କଣ୍ଡିସନର ସମେତ ଅନ୍ୟାନ୍ୟ ଜିନିଷ ପୋଡ଼ି ଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସୌଭାଗ୍ୟବଶତଃ, ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି। ହସ୍ପିଟାଲରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking