32.1 C
Bhubaneswar
Monday, May 11, 2026
Homeଓଡିଶାବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା କରି ଦୁଇ ହାତ କାଟିଦେଲେ ପଥର ମାଫିଆ

ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା କରି ଦୁଇ ହାତ କାଟିଦେଲେ ପଥର ମାଫିଆ

ଓଡ଼ଗାଁ: ବେଆଇନ ମାଙ୍କଡା ପଥର ବୋଝେଇ ଗାଡ଼ିକୁ ଅଟକାଇ ପୁଲିସକୁ ଖବର ଦେବା ବେଳେ ମୁଖ୍ୟ ରାସ୍ତାରେ ଯୁବକକୁ ହାଣି ଦୁଇ ହାତ କାଟି ଦେଲେ ପଥର ମାଫିଆ l ମୃତ ଯୁବକ ଜଣକ ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର ସାହୁ। ଅଜିତ ବଜରଙ୍ଗଦଳର ଜଣେ ସକ୍ରିୟ କର୍ମୀ ଥିଲେ। ସେ ନିଜ ସାଙ୍ଗସାଥୀଙ୍କୁ ନେଇ ଅଞ୍ଚଳରେ ଗୋରକ୍ଷା ସହ ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ l ପୂର୍ବରୁ ଅନେକ ଥର, ଅଜିତ ବେଆଇନ ମାଙ୍କଡାପଥରଗାଡ଼ି ଓ ଗୋଚାଲାଣ ଗାଡ଼ିଗୁଡ଼ିକୁ ଅଟକାଇ ପୁଲିସକୁ ସୂଚିତ କରିଛନ୍ତି। ଅଜିତଙ୍କ ଭୟରେ ମାଙ୍କଡ଼ାପଥର ଓ ଗୋ-ମାଫିଆଙ୍କ ବେପାର ମାନ୍ଦା ହୋଇ ଯାଇଥିଲା। ଏଣୁ ସେମାନେ ଅଜିତଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରୁଥିଲେ। ଗତକାଲି ରାତି ପ୍ରାୟ ସାଢେ ଦୁଇଟା ସମୟରେ  ଏକ ମାଙ୍କଡା ବୋଝେଇ ଟ୍ରକକୁ ସୁରକ୍ଷା ଦେଇ ଏକ କାର୍‌ରେ ଦୁର୍ବୁତ୍ତମାନେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବାହାରିଥିଲେ l ଓଡ଼ଗାଁ କଲେଜ ନିକଟ କଦଳୀବନ୍ଧ ଠାରେ ଅଜିତ ମାଙ୍କଡା ବୋଝେଇ ଗାଡିକୁ ଅଟକାଇଥିଲେ। ଏହି ସମୟରେ କାର୍‌ ଭିତରୁ ପ୍ରାୟ ୬ଜଣ ଦୁର୍ବୁତ୍ତ ଖଣ୍ଡାକାତି ବାହାରି ଅଜିତକୁ ଚାରିପଟୁ ଘେରିଯାଇଥିଲେ।  ସଂଘବଦ୍ଧ ଭାବେ ଆକ୍ରମଣ କରି ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking