39 C
Bhubaneswar
Sunday, June 14, 2026
Homeଅପରାଧସଜନା ଛୁଇଁ ପାଇଁ ମାରିଦେଲେ, ୫ ଗିରଫ

ସଜନା ଛୁଇଁ ପାଇଁ ମାରିଦେଲେ, ୫ ଗିରଫ

ରାଜନଗର : ସଜନା ଛୁଇଁ ପାଇଁ ମାରିଦେଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଇଶାଣୀପଲ୍ଲୀ ଗାଁରେ ସଜନା ତୋଳିବାକୁ ନେଇ ହତ୍ୟାକାଣ୍ଡ । ଦୁଇ ସମ୍ପର୍କୀୟ ପରିବାର ଭିତରେ ପାଟିତୁଣ୍ଡରୁ ହଣାକଟା ହୋଇଥିଲା । ଗୋଟିଏ ପରିବାର ଗୁଣ୍ଡା ଲଗାଇ ଅନ୍ୟ ପରିବାର ଉପରେ ଆକ୍ରମଣ କରିଥିଲା । କିନ୍ତୁ ହଣାକଟାରେ ଜଣେ ଭଡ଼ାଟିଆ ଆକ୍ରମଣକାରୀଙ୍କ ଜୀବନ ଯାଇଛି । ଏହି ଘଟଣାରେ ରାଜନଗର ପୋଲିସ ୨ଟି ମାମଲା ରୁଜୁ କରିବା ସହ ଉଭୟ ପକ୍ଷର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାନେଇ ରାଜନଗର ଆଇଆଇସି କହିଛନ୍ତି । ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking