33.1 C
Bhubaneswar
Monday, September 7, 2026
Homeଦେଶ ବିଦେଶଦିଲ୍ଲୀ ୫ ମହଲା କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬

ଦିଲ୍ଲୀ ୫ ମହଲା କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଂଚଳରେ ୫ ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି । ଏହି କୋଠାର ଭଗ୍ନାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନତି ଦୂରରେ ଥିବା ଏହି ବିପଦ ସଂକୁଳ କୋଠାରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ଛାତ୍ର । ସେମାନେ ପେଇଂ ଗେଷ୍ଟ ଭାବେ ଏହି କୋଠାରେ ରହି ପାଠ ପଢୁଥିଲେ । ପ୍ରାୟ ୫୦ ବର୍ଷ ତଳର ଏହି କୋଠାଟି ବିପଦ ସଂକୂଳ ଘୋଷଣା ପରେ ଏହାର ମାଲିକ ହରିରାମ ବନସାଲ ଏହାର ମରାମତି କାମ ଚଲାଇଥିଲେ । ବିଷେଶ କରି ଘରର ପିଲାର ଅନେକାଂଶରେ ଖରାପ ହୋଇଯାଇଥିବାରୁ ଏହାକୁ ବିପଦ ସଂକୂଳ ଘୋଷଣା କରାଯାଇଥିଲା ।

ତେବେ ମରାମତି ଶେଷ ନ ହେବା ପୂର୍ବରୁ ଟଙ୍କା ଲୋଭରେ ବନ୍‌ସଲ ଏହାକୁ ଛାତ୍ରମାନଙ୍କୁ ଭଡ଼ା ଆକାରରେ ଦେଇଦେଇଥିଲେ । ଲଗାଣ ବର୍ଷା ଯୋଗୁ ବେସ୍‌ମେଂଟ ପାଖାପାଖି ୨ ଦିନ ହେବ ପାଣିରେ ବୁଡ଼ି ରହିଥିଲା । ଶେଷରେ ରବିବାର ଏହି ଭୁଶୁଡ଼ି ପଡିଥିଲା । ୬ ମୃତକଙ୍କ ମଧ୍ୟରୁ ଜଣେ ଘର ମରାମତିରେ ଲାଗିଥିବା ଶ୍ରମିକ ବୋଲି ଜଣାପଡିଛି ।ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀମାନଙ୍କୁ ପକ୍ଷରୁ ଦିଲ୍ଲୀ ମହାନଗର ନିଗମ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରାଯାଇଥିବା ଖବର ମିଳିଛି । କିଛି ସମୟ ଧରି ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏବିଭିପିର ଛାତ୍ରଛାତ୍ରୀମାନେ ଏହି ଘଟଣା ପାଇଁ ଏମସିଡି କମିଶନରଙ୍କୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking