30 C
Bhubaneswar
Wednesday, June 17, 2026
Homeଓଡିଶାବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର ସନ୍ଧ୍ୟାରେ କେସିଙ୍ଗା ବ୍ଲକ ଅଞ୍ଚଳରେ ଘଡ଼ଘଡ଼ି ହେବା ସହ ପ୍ରଥମ ବର୍ଷା ହୋଇଥିଲା। ଗୋଲକ ତାଙ୍କ ମାଆ ରୋଷେଇ କରିବା ପାଇଁ ତାଙ୍କ ଘର ପଛ ପଟେ ରଖୁଥୁବାଜମିକୁ କାଠ ଆଣିବା ପାଇଁ ଯାଇଥିଲେ। କାଠ ଆଣି ଯାଉଥିବା ସମୟରେ ହଠାତ ଘଡ଼ଘଡ଼ି ଓ ବର୍ଷା ହୋଇଥିବା ଯୋଗୁ ସେ ଘର ପଛ ପଟେ ଥିବା ଏକ ଗଛ ତଳେ ଲୁଚି ଯାଇଥିଲେ। ସେତେବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଗୋଲକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୋଲକଙ୍କ ମା’ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking