36.7 C
Bhubaneswar
Wednesday, June 17, 2026
Homeଦେଶ ବିଦେଶସ୍ଲୋଭାକିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ରୁଟି ଆଉ ଲୁଣ’ ଦେଇ ସ୍ୱାଗତ

ସ୍ଲୋଭାକିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ରୁଟି ଆଉ ଲୁଣ’ ଦେଇ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ରାଜଧାନୀ ବ୍ରାଡିସ୍ଲାଭାରେ ପହଞ୍ଚିଛନ୍ତି । ହୋଟେଲରେ ପହଞ୍ଚିବା ପରେ ମୋଦୀ – ମୋଦୀ ଏବଂ ଭାରତ ମାତା କି ଜୟ ଧ୍ୱନି ସହିତ ପ୍ରବାସୀ ଭାରତୀୟମାନେ ସ୍ୱାଭାବିକ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଗସ୍ତ କେବଳ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଐତିହାସିକ ମଧ୍ୟ , କାରଣ ଏହା ୧୯୯୩ ମସିହାରେ ସ୍ଲୋଭାକିଆ ସସ୍ୱାଧୀନତା ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ଗସ୍ତ । ବ୍ରାତିସ୍ଲାଭାରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲ ତୋଡା ମାଳ ବଦଳରେ ଚୁଟି ଆଉ ଲୁଣ ଦେଇ ସ୍ୱାଗତ କରାଯାଇଥିଲା । ଏହା ସ୍ଲୋଭାକ ସଂସ୍କୃତିର ଏକ ପ୍ରାଚୀନ ଏବଂ ସମ୍ମାନଜନକ ପରମ୍ପରା। ଏହି ପ୍ରଥା ସ୍ଲାଭିକ ପରମ୍ପରାରେ ଗଭୀର ଗୁରୁତ୍ୱ ବହନ କରିଥାଏ। ରୁଟିକୁ ଖାଦ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ, ଯେତେବେଳେ ଲୁଣ ମୂଲ୍ୟ, ସ୍ଥାୟୀ ବନ୍ଧୁତା ଏବଂ ସୁରକ୍ଷାର ପ୍ରତୀକ ଭାବେ ବିଚେନା କରାଯାଇଥାଏ। ଏହି ପରମ୍ପରା ଅନୁସାରେ ସ୍ଲୋଭାକବାସୀମାନେ ସେମାନଙ୍କ ଅତିଥିମାନଙ୍କୁ ଉଷ୍ମତା ଏବଂ ସଦ୍ଭାବନା ସହିତ ସ୍ୱାଗତ କରିଥାନ୍ତି।

ସ୍ୱାଗତ ସମାରୋହ କେବଳ କୂଟନୀତି ନୁହେଁ ବରଂ ସଂସ୍କୃତିର ଏକ ଉଲ୍ଲେଖନୀୟ ମିଶ୍ରଣ ମଧ୍ୟ ପ୍ରଦର୍ଶନ କରିଥିଲା। ଲୁଚନିକା ଏନସେମ୍ବଲ୍ ‘ବନ୍ଦେ ମାତରମ୍’ର ଏକ ମନମୋହକ ପରିବେଷଣ କରିଥିଲେ, ଯାହା ପରିବେଶକୁ ଦେଶପ୍ରେମର ଉତ୍ସାହରେ ପରିପୂର୍ଣ୍ଣ କରିଥିଲା। ଏହା ବ୍ୟତୀତ, ପ୍ରସିଦ୍ଧ ସ୍ଲୋଭାକିଆନ୍ ସଂଗୀତ ଗୋଷ୍ଠୀ, ‘ମହାଦେବ କୀର୍ତ୍ତନ ପ୍ରୋଜେକ୍ଟ’ ଏକ ଆଧ୍ୟାତ୍ମିକ ପ୍ରଦର୍ଶନ ଉପସ୍ଥାପନ କରିଥିଲା ଯାହା ପ୍ରଧାନମନ୍ତ୍ରୀଙ୍କୁ ମୁଗ୍ଧ କରିଥିଲା। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଭାରତୀୟ ସମ୍ପ୍ରଦାୟ ଅତ୍ୟନ୍ତ ଉତ୍ସାହିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ସମୟରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଏବଂ ରାଷ୍ଟ୍ରପତି ପିଟର ପେଲେଗ୍ରୀନିଙ୍କୁ ଭେଟିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking