ରାୟଗଡ଼ା: ରାୟଗଡ଼ା ସହର ଯୁବକଙ୍କୁ ହତ୍ୟା ଘଟଣା। ଥାନା ଆଗରେ ବାଣ ଫୁଟାଇ ଶବ ଶୋଭାଯାତ୍ରା କଲେ ଉତ୍ୟକ୍ତ ଲୋକ। ନିଖିଲଙ୍କ ମୃତଦେହ ଏକ ଗାଡ଼ିରେ ରଖି ଶୋଭାଯାତ୍ରା କରିଛନ୍ତି ଉତ୍ୟକ୍ତ ଲୋକ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଶୋଭାଯାତ୍ରାରେ ବିପୁଳ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଗତ ଶନିବାର ନିଖିଲକୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଗତକାଲି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଥିଲେ ମୃତ ନିଖିଲଙ୍କ ପରିବାରଙ୍କ ସହ ସ୍ଥାନୀୟ ଲୋକ। ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଉ ଆଜି ଥାନା ଆଗରେ ଶବ ଶୋଭାଯାତ୍ରା କରିଛନ୍ତି।
ଶହ ଶହ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଗତ ଶନିବାର ରାତିରେ ଇନ୍ଦିରା ନଗରରେ କିଛି ଦୁର୍ବୃତ୍ତ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡ଼ିରେ ନିଖିଲଙ୍କୁ ପିଛା କରିଥିଲେ। ଏହି ସମୟରେ ନିଖିଲ ସହ ସେମାନଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ନିଖିଳ ଦୌଡ଼ି ପଳାଇବା ସମୟରେ ସେମାନେ ନିଖିଲଙ୍କ ଉପରକୁ ଗୁଳି ଚଳାଇଥିଲେ। ନିଖିଲ ଭୟରେ ଜଣଙ୍କ ଘର ଭିତରକୁ ପଶିଯିବାକୁ ଉଦ୍ୟମବେଳେ ତାଙ୍କୁ ଅପହରଣ କରି ରିଂ ରୋଡ୍ ପଟେ ଚାଲି ଯାଇଥିଲେ ଦୁବୃର୍ତ୍ତ। ରବିବାର ସକାଳି କଣ୍ଡା ତୁମ୍ବିଗୁଡା ଅଞ୍ଚଳ ଝଞ୍ଜାବତୀ ନଦୀ କୂଳରୁ ମିଳିଥିଲା ନିଖିଲଙ୍କ ମୃତଦେହ।










