38.3 C
Bhubaneswar
Saturday, June 20, 2026
Homeଓଡିଶାଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ରେ ଅଗ୍ନିଶମ କାର୍ଯ୍ୟାଳୟ ନିକଟ ଫଟାମୁଣ୍ଡା ଛକ ପାଖରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଧକ୍କାରେ କପିଳ ସେନାପତି (୩୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, କପିଳ ନିଜ ଗାଁ ଚେରୁପାଲିକୁ ବାଇକରେ ଯାଉଥିବା ବେଳେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ। ଦୁର୍ଘଟଣା ପରେ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଡୁଙ୍ଗୁରିପାଲି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking