ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ଯାଏଁ ସକାଳୁଆ ସ୍କୁଲ ନିର୍ଦ୍ଦେଶ ଦିଆଯାଇଛି ।ସକାଳ ସାଢେ ୬ଟାରୁ ସାଢେ ୧୦ ଟା ଯାଏଁ ଚାଲିବ ସ୍କୁଲ । ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ ସ୍କୁଲ ହେବ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିଛି ସମୟପ ପୂର୍ବରୁ ହିଟ ୱେଭ ପାଇଁ ପୁରୀରେ ସ୍କୁଲ ଛୁଟି ବଢିଲା । ୨୨ ତାରିଖ ଯାଏଁ ଛୁଟି ବୃଦ୍ଧି ଘୋଷଣା କରାଯାଇଛି ।କେବଳ ପୁରୀ ନୁହେଁ ପୂର୍ବରୁ ଅନୁଗୁଳ, ଗଞ୍ଜାମ ବରଗଡରେ ମଧ୍ୟ ପ୍ରବଳ ଖରା କାରଣରୁ ସ୍କୁଲ , କଲେଜ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଛୁଟି କରାଯାଇଥିଲା । ପାଗ ଦେଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତିି । ଏପଟେ ଆଜି ସ୍କୁଲ ଖୋଲା ହେବାର ଥିଲା କିନ୍ତୁ ହିଟୱେଭ ଯୋଗୁଁ ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି ।










