ଗଞ୍ଜାମ: ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ । ଗଞ୍ଜାମ ଧରାକୋଟ ସିଙ୍ଗିପୁର ଗାଁରେ ଲୋକଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ପାଣି ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ରାସ୍ତାରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କରିଛନ୍ତି ଲୋକେ ।ଜାହାଡ଼ା-ସୋରଡ଼ା ରାସ୍ତା ଅବରୋଧ ହୋଇଛି । ଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ମିଳିନାହିଁ । ଯାହାର ପ୍ରତିବାଦରେ ଏ ଆନ୍ଦୋଳନ ହୋଇଛି ।










