31.1 C
Bhubaneswar
Thursday, July 10, 2025
Homeଓଡିଶାବରୀ ରେ ବିଶ୍ୱ ପରିବେଶ ଦିବସ ପାଳନ

ବରୀ ରେ ବିଶ୍ୱ ପରିବେଶ ଦିବସ ପାଳନ

ଯାଜପୁର : ବରୀ ରେ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଯାଇଛି !ବରୀ ବିଧାୟିକା ସୁନନ୍ଦାଦାସ ଙ୍କ ଅଧକ୍ଷତା ରେ ବରୀପାଳ ଠାରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ରେ ବିଶ୍ୱବ୍ୟାପି ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ ଦୃଷ୍ଟି ଆକର୍ଷଣ ଓ ପରିବେଶ ସୁରକ୍ଷା ଦିଗ ରେ ବିଭିନ୍ନ ପଦକ୍ଷେପ ପାଇଁ ଉପସ୍ଥିତ ଅଧିକାରୀ ବୁଦ୍ଧିଜୀବୀ ଦଳୀୟ କର୍ମୀଙ୍କ ଉତ୍ସାହିତ କରାଯାଇଛି !ବିଧାୟିକା ଦାସ ୨0 ରୁ  ଉର୍ଦ୍ଧ ଲିମ୍ବ ଗଛ ଚାରା ରୋପଣ କରି ବରୀ କୁ ସୁବୁଜିମା କରିବା ପାଇଁ କହିଛନ୍ତି !ପ୍ରତେକ ମଣିଷ ଦୈନିକ ୧0 ଟି ଚାରା ରୋପଣ କରିବା ପାଇଁ ପରାମର୍ଶ ଦେଇଛନ୍ତି !ଏଥି ରେ ବିଡ଼ିଓ   ଶାଶ୍ୱତ ଜେନା, ତହସିଲଦାର ସରୋଜକାନ୍ତ ନାୟକ, ଥାନାଧିକାରୀ ମାର୍କଣ୍ଡ ମିଶ୍ର, ବିଜେଡି  ବ୍ଲକ ସଭାପତି କେଦାର ସାମଲ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ନରସିଙ୍ଘ ଦାସ, ଅଶୋକ ସାମଲ, ରଞ୍ଜନ ପଣ୍ଡା, ଅରବିନ୍ଦ ମହାନ୍ତି, ଗୌରବ ଦାସ, ମିଞ୍ଜି ମଲ୍ଲ, କବି ଗଦାଧର, ଫକୀର ସିଂହ,ରମାକାନ୍ତ ମଲ୍ଲିକ, ଧରପୁର ସରପଞ୍ଚ ପି ରୋଜ଼ାଳୀନ ସମେତ ଉପସ୍ଥିତ ବୁଦ୍ଧିଜୀବି ମାନେ ନିଜ ହାତରୁ ଚାରା ରୋପଣ କରିଥିଲେ !ଏହି ପରିପ୍ରେକ୍ଷୀରେ ସହିଦ ସ୍ମୃତି ଭବନ ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ବିଧାୟିକା ଦାସ  ଭୂମି ପୂଜା କରିଥିଲେ !

କ୍ୱାରନ୍ଟାଇନ କେନ୍ଦ୍ର ରେ ବିଶ୍ୱ ପରିବେଶ ଦିବସ ପାଳନ

ଯାଜପୁର : ଆଜି ହେଉଛି ବିଶ୍ୱ ପରିବେଶ ଦିବସ  ଏହି ଅବସରରେ ଯାଜପୁର ଜିଲ୍ଲା ର କୋରାଇ ବ୍ଲକ ଅନ୍ତର ଗତ ତାରାକୋଟ ପଂଚାୟତ ର ରଘୁନାଥ ସାହୁ ନୋଡାଲ ହାଇସ୍କୁଲ ର ଟି ଏମ ସି କେନ୍ଦ୍ର ପରିସର ମଧ୍ଯ ରେ କ୍ୱାରନ୍ଟାଇନ ରହି ଥିବା ପ୍ରଵାସୀ ଓଡ଼ିଆ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ ସହ ଅନାବନା ଘାସ ସଫାଇ କାର୍ଯ୍ୟ  ହୋଇଯାଇଛି ! ଏହି   କାର୍ଯ୍ୟ କୁ ସ୍କୁଲ କମିଟି ର ମେମ୍ବର ତଥା ସ୍ୱଚ୍ଛାସେବି କମଳାକାନ୍ତ  ନାୟକ ଙ୍କ ଅଧ୍ୟକତା ସାମାଜିକ ଦୂରତା କୁ ରକ୍ଷା କରି ସୁଚାରୁରୂପେ ପରିଚାଳନା କରାଯାଇ  ଥିଲା ! ଏହି ମହାନ  କାର୍ଯ୍ୟ ପାଇଁ ବରିଷ୍ଠ ସମାଜ ସେବି ହରେକୃଷ୍ଣ ସାହୁ, ତାରାକୋଟ ସରପଞ୍ଚ ପାର୍ବତୀ ଜେନା, ସମିତି ସଭ୍ୟ ଉମାକାନ୍ତ ବେହେରା ସହ ଗ୍ରାମବାସୀ ମାନେ ସମସ୍ତ ସାଙ୍ଗରୋଧ ଥିବା ଓଡ଼ିଆ ପ୍ରଵାସୀ ମାନଙ୍କୁ ଧନ୍ୟଵାଦ ଜଣାଇଛନ୍ତି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର
 
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking