27.2 C
Bhubaneswar
Tuesday, June 9, 2026
Homeଓଡିଶାଗଞ୍ଜେଇ ଯାଞ୍ଚ: ମିଳିଲା କୋଟିଏ ଟଙ୍କାର ରୂପା

ଗଞ୍ଜେଇ ଯାଞ୍ଚ: ମିଳିଲା କୋଟିଏ ଟଙ୍କାର ରୂପା

ସମ୍ବଲପୁର: ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶାସନ ଟୋଲଗେଟ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ଏକ ସ୍କର୍ପିଓ ଗାଡ଼ିରୁ ୧ କୁଇଣ୍ଟାଲ ୧୦ କେଜି ରୁପାଇଟା ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ଗାଡ଼ି ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ରେଙ୍ଗାଲି ଅଞ୍ଚଳରେ ନିୟମିତ ଯାଞ୍ଚ କରୁଥିବା ବେଳେ ଏହି ରୁପାଇଟା ଜବତ ହୋଇଛି। ସ୍କର୍ପିଓ ଗାଡ଼ିଟି ସନ୍ଦେହଜନକ ଭାବେ ଦେଖାଯିବାରୁ ଅଧିକାରୀମାନେ ତା’ର ତନ୍ନତନ୍ନ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ି ଭିତରୁ ଏତେ ପରିମାଣର ରୁପା ଇଟା ମିଳିଥିଲା, ଯାହା ଅବୈଧ ଭାବେ ଚୋରାଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking