27.8 C
Bhubaneswar
Monday, June 8, 2026
Homeଓଡିଶାବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ, ୨ ନିଖୋଜ

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ, ୨ ନିଖୋଜ

ତାଳଚେର: ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ। ସେମାନଙ୍କ ମଧ୍ୟରୁ ଖବର ଲେଖାସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୨ଜଣ ନିଖୋଜ ଅଛନ୍ତି। ତାଳଚେର ସହର ଜଗନ୍ନାଥ ମନ୍ଦିର ପାଖ କଲମ୍ବୁରୀ ତୁଠରେ ଏହି ଅଘଟଣ ଘଟିଛି। ଆଜି ପ୍ରାୟ ଦିନ ୧ଘଟିକା ସମୟରେ ତାଳଚେର ହାଣ୍ଡିଧୂଆଁ ଷ୍ଟେସନ ଅଞ୍ଚଳରୁ ପ୍ରାୟ ୮ଜଣ ଯୁବକ ୪ଟି ବାଇକରେ କଲମ୍ବୁରୀ ତୁଠକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଜଣଙ୍କର ଗୋଡ଼ ଖସିିଯିବାରୁ ତାକୁ ରକ୍ଷା କରିବାକୁ ଯାଇ ଆଉ ୨ଜଣ ଯୁବକ ନଦୀରେ ଭାସି ଯାଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳବାସୀ, ତାଳଚେର ଟାଉନ ପୁଲିସ୍‌, ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ନଦୀରୁ ଗଣେଶ ଗୋଚ୍ଛାୟତ (୧୬)ଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମଣ୍ଡାପାଳ ଚିିକତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଖବର ଲେଖାସୁଦ୍ଧା ଅନ୍ୟ ୨ଜଣ ଶକ୍ତି ସାହୁ (୧୫), ପ୍ରିନ୍ସି ଲୋହାର (୧୮) ଏବେବି ନିଖୋଜ ଅଛନ୍ତି। ତେବେ ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ତାଳଚେର ଏସଡିପିଓ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking