29.1 C
Bhubaneswar
Sunday, May 5, 2024
Homeଓଡିଶାମ୍ୟାଲେରିଆ-ଡେଙ୍ଗୁ-ଡାଇରିଆ-ଯକ୍ଷ୍ମା-କରୋନା ଚିହ୍ନଟ ଅଭିଯାନ, ଅଗଷ୍ଟ ଯାଏ ଚାଲିବ ଘରକୁ ଘର ସର୍ଭେ: ଜିଲ୍ଲାପାଳ

ମ୍ୟାଲେରିଆ-ଡେଙ୍ଗୁ-ଡାଇରିଆ-ଯକ୍ଷ୍ମା-କରୋନା ଚିହ୍ନଟ ଅଭିଯାନ, ଅଗଷ୍ଟ ଯାଏ ଚାଲିବ ଘରକୁ ଘର ସର୍ଭେ: ଜିଲ୍ଲାପାଳ

ରାୟଗଡ଼ା : ଜିଲ୍ଲାରେ ମ୍ୟାଲେରିଆ-ଡେଙ୍ଗୁ-ଡାଇରିଆ-ଯକ୍ଷ୍ମା-କରୋନା ସହ ଉଚ୍ଚ ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ରୋଗର ଚିହ୍ନଟ ନିମନ୍ତେ ମିଳିତ ଅଭିଯାନ ଆରମ୍ଭ ପାଇଁ ଭର୍ଚୁଆଲ୍ ମୋଡ୍‌ରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ସବୁ ରୋଗର ନିରାକରଣ ଦିଗରେ ଗୁରୁତ୍ୱାରୋପ କରାଯାଇଛି । ମୁକାବିଲା ନିମନ୍ତେ ଆସନ୍ତା ଅଗଷ୍ଟ ୨୩ ପର୍ଯ୍ୟନ୍ତ ସମ୍ମନ୍ୱିତ ଅଭିଯାନ ଚାଲିବ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ମିଶ୍ର।
ଜିଲ୍ଲାପାଳ କହିଛନ୍ତି ଆଶା, ଅଙ୍ଗନବାଡି କର୍ମୀ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରିବା ସହ ରୋଗ ସମ୍ପର୍କରେ ପଚାରି ବୁଝିବେ । ୩ ମାସ ଧରି ଏହି ଅଭିଯାନ ଚାଲିବ । ବିଶେଷ କରି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆରେ ଲୋକେ ପୀଡ଼ିତ ହେଉଛନ୍ତି କି ନାହିଁ, ତା’ ସାଙ୍ଗକୁ କୋଭିଡ୍‌, ରକ୍ତଚାପ, ମଧୁମେହ ପେଟ ବ୍ୟଥା ସମସ୍ୟା ସମ୍ପର୍କରେ ପଚାରି ବୁଝି ତୁରନ୍ତ ରାପିଡ୍ ରେସପନସ୍ ଟିମ୍ ଓ ସମ୍ପୃକ୍ତ ଅଞ୍ଚଳର ମେଡ଼ିକାଲ୍ ଅଫିସରଙ୍କୁ ଜଣାଇବେ । ରାପିଡ୍ ରେସ୍‌ପନ୍ସ ଟିମ୍ ତୁରନ୍ତ ଆକ୍ରାନ୍ତଙ୍କ ଘରେ ପହଞ୍ଚି ଚିକିତ୍ସା ସେବା ଯୋଗାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଅଭିଯାନର ସୁପରିଚାଳନା ଦାୟିତ୍ୱ ଜିଲ୍ଲାପାଳ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ, ପିଏ ଆଇଟିଡିଏ ଗୁଣପୁର ଗୋରାଚାନ୍ଦ ଗମାଙ୍ଗ, ରାୟଗଡ଼ା ପିଏ ଆଇଟିଡିଏ ଟୁକୁ ବାରିକ, ଡା. ଶ୍ରୀୟା ରୟା, ଡା. ବି. ଏଲ୍‌. ଏନ୍‌. ପୃଷ୍ଟି, ଡା. ଭି. ଏଲ୍‌. ଏନ୍‌. ରାଜୁ, ଡିପିଏମ ରାଜେଶ୍ୱର ରାଓ ପଟ୍ଟନାୟକ, ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟ ଅଧିକାରୀ ଓ ସମସ୍ତ ସିଡିପିଓ, ଆଶା ସଂଯୋଜକମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking