31.1 C
Bhubaneswar
Wednesday, May 8, 2024
Homeଓଡିଶା*ମଦ ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା, ଯୁବ...

*ମଦ ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସର ଧାରଣା ଓ ଦାବୀପତ୍ର ପ୍ରଦାନ*

ଭୁବନେଶ୍ୱର – ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତତ୍ୱାବଧାନରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ମଦ ଲାଇସେନ୍ସ ଫି ଛାଡ଼ ବିରୋଧରେ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଥିଲେଯେ, ମଦ ବ୍ୟବସାୟୀଙ୍କ ଉପରୁ ଲାଇନେସନ୍ସ ଫି ଛାଡ଼ ନିଷ୍ପତିରୁ ପ୍ରତିୟମାନ ହେଉଇଛି ଯେ ନବୀନ ସରକାର ମଦବ୍ୟବସାୟୀଙ୍କ କବଜାରେ ରହିଛନ୍ତି । ତେଲ, ଡାଲି, ଅଟା, ବିଜୁଳି, ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଥିଲା ବେଳେ ନବୀନ ବାବୁଙ୍କ ମଦ ବ୍ୟବସାୟୀଙ୍କ ଉପରେ ଆଶୀର୍ବାଦ ଦୁର୍ଭାଗ୍ୟଜନକ ।  ସେହିପରି ଉପସ୍ଥିତ ଥିବା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଥିଲେଯେ, ମଦବ୍ୟବସାୟୀ ନବୀନ ସରକାରଙ୍କ ଗେହ୍ଲାପୁଅ ବୋଲି ସରକାରଙ୍କର ନୀତି ନିଷ୍ପତିରୁ ଜଣାପଡ଼ୁଛି । ଏହି କରୋନା ମହାମାରୀ ସମୟରେ କ୍ଷୁଦ୍ର, ମଧ୍ୟମ ଓ ଖୁଚୁରା ବ୍ୟବସାୟୀଙ୍କ ଅଂଟା ଭାଙ୍ଗଯାଇଥିଲା ବେଳେ ନବୀନ ବାବୁ କେବଳ ମଦବ୍ୟବସାୟୀଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି । ତେଣୁ ନବୀନ ସରକାର ତୁରନ୍ତ ନିମ୍ନ ଲିଖିତ ଦାବୀ ପୂରଣ କରନ୍ତୁ ।

ଆମର ଦାବୀ:

ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ ମାନଙ୍କର ଲାଇସେନ୍ସ ଫି ମ୍ୟୁନିସପାଲଟି କର୍ପୋରେସନ ଆଇନ ଅନୁଯାୟୀ ଜୁନ ୨୦୨୦ ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଛାଡ଼ କରାଯାଉ ।

ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରାଯାଉ । ଯାହାଫଳରେ କି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯଥା: ଡାଲି, ଖାଇବା ତେଲ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହେବ ।

ରନ୍ଧନ ଗ୍ୟାସ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଉ ।

ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ସ୍ୱାଧୀନବାଳା ଦାସ, ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଆଦିତ୍ୟ ପ୍ରିତମ ଦାସ, ବିଶ୍ୱଜିତ ସ୍ୱାଇଁ, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଏହମଦ ଖାନ, ଏମଡି ସାମୁଏଲ ହକ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking