40.1 C
Bhubaneswar
Thursday, April 25, 2024
Homeଓଡିଶାନାବାଳିକାକୁ ଏକ ତରଫା ପ୍ରେମ କରି ଯୁବକ ଗିରଫ

ନାବାଳିକାକୁ ଏକ ତରଫା ପ୍ରେମ କରି ଯୁବକ ଗିରଫ

ଝାରସୁଗୁଡା : ବନହରପାଲି ଥାନା ଅନ୍ତର୍ଗତ ଜଣେ ନାବାଳିକା(୧୫)କୁ ଏକ ତରଫା ପ୍ରେମ ଓ ଆକ୍ରମଣ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣକ ସା ପଡାର ଶିବା ଭଇଁସାଲ ବୋଲି ବନହରପାଲି ଥାନା ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟ, ଗତ ୧ ବର୍ଷ ହେଲାଣି ଶିବା ଉକ୍ତ ନାବାଳିକାଙ୍କୁ ଏକ ତରଫା ପ୍ରେମ କରିବାସହ କିଛିଦିନ ପୂର୍ବେ ପ୍ରେମ ଆବେଦନକରି ବିଫଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସେ ଗତ ଶନିବାର ନାବଳିକାଙ୍କ ଘରକୁ ନାବାଳିକା, ତାଙ୍କ ବଡ ଭଉଣୀ ଓ ମାଙ୍କୁ ମାରପିଟ କରିଥିଲା । ଏହାପରେ ରବିବାର ଦିନ ନାବାଳିକା ତାଙ୍କ ଭଉଣୀ ଓ ମା ପୋଖରୀରକୁ ଗାଧେଇବାକୁ ଯିବା ସମୟରେ ଶିବା ପୁଣି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଉକ୍ତ ଘଟଣାଟି ବିଷୟରେ ନାବାଳିକାଙ୍କ ବାପା ଜାଣିବାପରେ ସେ ଶିବାକୁ ବୁଝାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ନାବାଳିକାଙ୍କ ବାପାଙ୍କୁ ମଧ୍ୟ ଶିବା ଆକ୍ରମଣ କରିଥିଲା । ଫଳରେ ସେ ଘରକୁ ଫେରି ଆସି ମହିଳାଙ୍କ ସୁରକ୍ଷା ପାଇଁ କାମ କରୁଥିବା ସମଲେଶ୍ୱରୀ ମା ଘର ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ପଦ୍ମିନୀ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଶ୍ରୀମତୀ ସିଂ ଓ ନାବାଳିକାଙ୍କ ପରିବାର ବର୍ଗ ବନହରପାଲି ଥାନାରେ ଉକ୍ତ ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଥିଲେ । ବନହରପାଲି ପୁଲିସ ଏକ ମାମଲା ରୁଜୁ କରିବାସହ ଶିବାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking