29.1 C
Bhubaneswar
Saturday, April 27, 2024
Homeକରୋନାମହନ୍ତ ନୃତ୍ୟଗୋପାଳଙ୍କୁ କରୋନା; ମୋଦୀ-ଯୋଗୀଙ୍କ ସହ ରାମମନ୍ଦିର ଭୂମିପୂଜନ ମଞ୍ଚରେ ବସିଥିଲେ

ମହନ୍ତ ନୃତ୍ୟଗୋପାଳଙ୍କୁ କରୋନା; ମୋଦୀ-ଯୋଗୀଙ୍କ ସହ ରାମମନ୍ଦିର ଭୂମିପୂଜନ ମଞ୍ଚରେ ବସିଥିଲେ

ଲକ୍ଷ୍ନୌ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ନୃତ୍ୟ ଗୋପାଳ ଦାସଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେଉଥିଲା। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନୃତ୍ୟଗୋପାଳଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ ମହନ୍ତ ନୃତ୍ୟଗୋପାଳ ଗତ ୫ ତାରିଖରେ ଅଯୋଧ୍ୟାର ରାମମନ୍ଦିର ଭୂମିପୂଜନରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ସହ ମଞ୍ଚରେ ଆସୀନ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking