28.1 C
Bhubaneswar
Thursday, March 28, 2024
Homeଓଡିଶାଟିକସ ଦାତାଙ୍କ ପାଇଁ ଖୁସି ଖବର: ଆସିଲା ନୂଆ ପ୍ଲାଟଫର୍ମ ‘ସଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’

ଟିକସ ଦାତାଙ୍କ ପାଇଁ ଖୁସି ଖବର: ଆସିଲା ନୂଆ ପ୍ଲାଟଫର୍ମ ‘ସଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’

ନୂଆଦିଲ୍ଲୀ: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଏହାକୁ ‘ସଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’(ଟ୍ରାନ୍ସପେରେଣ୍ଟ ଟ୍ୟାକ୍ସେ୍‌ଶନ୍‌: ଅନରିଙ୍ଗ୍‌ ଦି ଅନେଷ୍ଟ) ଭାବେ ନାମିତ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଚିହ୍ନାଜଣା ହେବାର ସୁଯୋଗ ଶେଷ ହୋଇଛି। ଏବେ ଟ୍ରାନ୍ସଫର ପୋଷ୍ଟିଂ ପ୍ରସଙ୍ଗରୁ ମୁକ୍ତି ମିଳିବ। ଏଥି ସହିତ ଟିକସ ସମ୍ବନ୍ଧୀୟ ମାମଲାଗୁଡ଼ିକର ଅନୁସନ୍ଧାନ ଏବଂ ଆବେଦନ ଫେସ୍‌ଲେସ୍‌ ହେବ। ବର୍ତ୍ତମାନ ଆୟକର ବିଭାଗକୁ ଟିକସଦାତାଙ୍କୁ ସମ୍ମାନ କରିବାକୁ ପଡିବ।ତ୍ବା ଲାଗି ଏହି ପ୍ଲାଟଫର୍ମ ଉପଯୋଗୀ ହୋଇପାରିବ। ଏହି ପ୍ଲାଟଫର୍ମ ପ୍ରଚଳିତ ଟିକସ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ସିମ୍‌ଲେସ୍‌, ଫେସ୍‌ଲେସ୍‌ ଏବଂ ପେନ୍‌ଲେସ୍‌ ଭାବେ ଟିକସ ପୈଠ କରାଯାଇ ପାରିବ। ନୂତନ ପ୍ଲାଟଫର୍ମରେ ଫେସଲେସ ଆସେସମେଣ୍ଟ୍‌,ଅପିଲ ଏବଂ ଟିକସଦାତା ଚାଟର୍ର୍‌ ଭଳି ପ୍ରମୁଖ ସଂସ୍କାରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଟିକସ ସମ୍ବନ୍ଧୀୟ ମାମଲାଗୁଡ଼ିକର ଅନୁସନ୍ଧାନ ଏବଂ ଆବେଦନ ଫେସ୍‌ଲେସ୍‌ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୨୫ରୁ ଏହି ନୂଆ ପ୍ଲାଟଫର୍ମ କାର୍ଯ୍ୟ କରିବ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking