28.1 C
Bhubaneswar
Saturday, April 27, 2024
Homeଓଡିଶାମହାନଦୀ ଜଳ ବିବାଦ : ନଭେମ୍ବର ୧୮ରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ : ନଭେମ୍ବର ୧୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲର ୨୪ତମ ଶୁଣାଣି ଶନିବାର ସୁପ୍ରିମ୍‌କୋର୍ଟରେ ଶେଷ ହୋଇଛି । ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ଶୁଣାଣି ହୋଇଥିବା ବେଳେ ଏଥିରେ ମଧ୍ୟ ବିବାଦ ସଂକ୍ରାନ୍ତୀୟ କୌଣସି ନିଷ୍କର୍ଷ ବାହାରିପାରିନାହିଁ । ଯେଇଁଥି ପାଇଁ ୧୮ ନଭେମ୍ବରରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି ।

ଆଜିର ଶୁଣାଣି ବେଳେ ଦୁଇ ରାଜ୍ୟର ଦାବି ଅନୁସାରେ ମହାନଦୀ ଜଳ ଅବବାହିକା ସଂକ୍ରାନ୍ତୀୟ କିଛି ନିର୍ଦ୍ଦିଷ୍ଟ ତଥ୍ୟ ରଖିବାକୁ କୋର୍ଟ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ପକ୍ଷ ରଖିବା ଲାଗି ଛତିଶଗଡ଼ ଟ୍ରିବ୍ୟୁନାଲ ଆଗରେ କିଛି ନଥିପତ୍ର ଉପସ୍ଥାପନ କରିଥିବା ବେଳେ ଓଡ଼ିଶାକୁ ଏହା ଉପରେ ଜବାବ ରଖିବା ଲାଗି କୁହାଯାଇଛି । ଆଗାମୀ ଶୁଣାଣି କୋର୍ଟରେ ହେବାକୁ ଥିବାବେଳେ ଦୁଇ ରାଜ୍ୟ ନିଜର ପକ୍ଷ ରଖିବା ଲାଗି କସରତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking