29.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାର ଖଣି ବ୍ୟବସାୟୀ ପ୍ରଭାକରନଙ୍କୁ ଅନୈତିକ...

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାର ଖଣି ବ୍ୟବସାୟୀ ପ୍ରଭାକରନଙ୍କୁ ଅନୈତିକ ଭାବେ ଜମି ବିକ୍ରି କରିଛନ୍ତି : ଡ.ଲେଖାଶ୍ରୀ

 “ବାଡ ଯଦି କ୍ଷେତ ଖାଇବ କ୍ଷେତକୁ କିଏ ସୁରକ୍ଷା ଦେବ?”
 ୫୦୦ ଡିସିମିଲ ଜମିରେ ଥିବା ନବୀନ ନିବାସ ଆଜି ଧିରେ ଧିରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଜମିକୁ ମାଡି ବସି ଦେଢ ଏକର ପର୍ଯ୍ୟନ୍ତ ବିସ୍ତାର ହୋଇସାରିଲାଣି
 ଓଡିଶାବାସୀଙ୍କ ସହ ବିଶ୍ୱାସଘାତକତା ଏବଂ ଆତ୍ମା ଉପରେ କୁଠାରାଘାତ
 ମିଥ୍ୟା ତଥ୍ୟ ଦିଆଯାଇ ଏହି ଜମି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୁହେଁ ବୋଲି ଦଲିଲ୍ ପ୍ରସ୍ତୁତ କରାଯାଇଛି
 ଷଡଯନ୍ତ୍ରକାରୀ ଜମି ଦଲାଲ୍‌ଙ୍‌କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
 ରାଜ୍ୟ ସରକାର ହୀନ ଚକ୍ରାନ୍ତରୁ ଓହରିଯାଇ ତୁରନ୍ତ ଏହି ଜମିକୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାମରେ ନାମିତ କରନ୍ତୁ
ଭୂବନେଶ୍ୱର,: “ବାଡ ଯଦି କ୍ଷେତ ଖାଇବ କ୍ଷେତକୁ କିଏ ସୁରକ୍ଷା ଦେବ?” ଯେଉଁ ମାନଙ୍କ ହାତରେ ରାଜ୍ୟ, ପ୍ରକୃତିକ ସଂପଦ ସମେତ ଭଗବାନଙ୍କ ସଂପତିର ସୁରକ୍ଷା କରିବାର ଗୁରୁ ଦାୟୀତ୍ୱ ରହିଛି ସେମାନେ ଭକ୍ଷକ ସାଜି ବେଆଇନ ଭାବେ ହରିଲୁଟ୍ କରିବେ, ତାହେଲେ ଏହାଠୁ ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ୟ କଣ ହୋଇପାରେ ? ଓଡିଶାର ମୂଲ୍ୟବାନ ସଂପତି, ସଂପଦ, ପ୍ରକୃତିକ ସଂପଦାକୁ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଲୁଚି ଲୁଚି ହରିଲୁଟ୍ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡିକ ଆଜି ଖୋଲାଖୋଲି ଭାବେ ଭଗବାନଙ୍କ ସଂପତିକୁ ହରିଲୁଟ୍ କରିବାକୁ ପଛାଉନାହାନ୍ତି । ଏହା ସିଧାସଳଖ ଓଡିଶାବାସୀଙ୍କ ସହ ବିଶ୍ୱାସଘାତକତା ଏବଂ ଆତ୍ମା ଉପରେ କୁଠାରାଘାତ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଦେବୋତର ଆଇନ ଅନୁଯାୟୀ ଦେବଦେବୀ ହେଉଛନ୍ତି ଆଜନ୍ମ ବାଳକ । ସେଥିପାଇଁ ତାଙ୍କ ସଂପତିର ସୁରକ୍ଷା ପାଇଁ ଟ୍ରଷ୍ଟବୋର୍ଡ ଗଠନ ହୋଇଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ରାଜ୍ୟ ଶାସନ ବ୍ୟବସ୍ଥାକୁ ତୃତୀୟ ମହାଲାରେ ବସି ନିୟନ୍ତ୍ରଣ କରୁଥିବା କଳାପାହାଡମାନେ ଜମିମାଫିଆଙ୍କ ଏଜେଂଟ ସାଜି ଶାଗମାଛ ଦରରେ ଜମି ଓ ସଂପତିକୁ ବିକ୍ରି କରୁଛନ୍ତି । ଏହି ଷଡଯନ୍ତ୍ରରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ, ଦେବୋତର ବିଭାଗ, ସାଧାରଣ ପ୍ରଶାସନ, ବିଡିଏ, ମନ୍ତ୍ରୀ, ଯନ୍ତ୍ରୀ ସମସ୍ତେ ସଂପୃକ୍ତ ଅଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ଭୂବନେଶ୍ୱର ପରିପାଶ୍ୱର୍ରେ ୯ଟି ବଡ ଡ୍ରେନ ଏବଂ ଗୋଟିଏ ହ୍ରଦ ଥିଲା । ନବୀନ ନିବାସ ପଛ ପାର୍ଶ୍ୱରେ ଥିବା ଲିଙ୍ଗରାଜଙ୍କ ଜମିକୁ ଶାଗମାଛ ଦରରେ ବିକ୍ରି କରାଯାଇ ହୋଟେଲ ଓ ଅନୁଷ୍ଟାନ ହାତକୁ ଟେକି ଦିଆଗଲା । ପ୍ରାକୃତିକ ହ୍ରଦ ଓ କେନାର ବର୍ତମାନ ସଂକୁଚିତ ହୋଇଗଲାଣି । ଅସରାଏ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ମାଷ୍ଟର ପ୍ଲାନକୁ ବ୍ୟତିକ୍ରମ କରାଯାଇ ଯେଉଁ ଜମି ସବୁ ବିକ୍ରି ହୋଇପାରିବ ନାହିଁ, ସେହି ସବୁ ଜମି ବିକ୍ରି କରାଯାଇଛି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ସାଧାରଣ ଲୋକଟି ମାସ ମାସ ଧରି ଆରଆଇ, ତହସିଲ କାର୍ଯ୍ୟାଳୟ ବୁଲି ବୁଲି ତା ନିଜ ଜମିର ମାଲିକାନା ସତ୍ୱ ହାସଲ କରିବାରେ ବିଫଳ ହେଉଛି ଏବଂ ଶେଷରେ ନିରାଶ ମଧ୍ୟ ହେଉଛି । ଅନ୍ୟ ପଟେ ପ୍ରଭାକରନଙ୍କ ଜମିକୁ ମାତ୍ର ୯ ଦିନ ଭିତରେ ମ୍ୟୁଟେସନ କରାଯାଇଛି । ସେହିପରି ମାତ୍ର ୫୦୦ ଡିସିମିଲ ଜମିରେ ଥିବା ନବୀନ ନିବାସ ଆଜି ଧିରେ ଧିରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଜମିକୁ ମାଡି ବସି ଦେଢ ଏକର ପର୍ଯ୍ୟନ୍ତ ବିସ୍ତାର ହୋଇସାରିଲାଣି । ଏହା ପଛରେ କେଉଁ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ମ୍ୟୁଟେସନ କରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିର କିସମକୁ ବଦଳାଇ ଦଲାଲ୍‌ଙ୍କ ହାତକୁ ଟେକି ଦେଉଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯ୍ଧେଜ୍ଞ କରିଛନ୍ତି ।
ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିକୁ ଷଡଯନ୍ତ୍ର କରି ବେଆଇନ ଭାବେ ପ୍ରଭାବଶାଳୀ ଖଣି ସ୍ୱତାଧିକାରୀ ପ୍ରଭାକରନଙ୍କୁ ବିକ୍ରି କରାଯାଇଛି । ଏହି ଜମି ପ୍ରଥମେ ହୃଶିକେଶ ଦାସ ନାମକ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା ଏବଂ ଗତ ୨୦୨୧ ମସିହା ନଭେମ୍ବର ୫ ତାରିଖ ଦିନ ଫ୍ରଭାକରନଙ୍କ ସ୍ତ୍ରୀ ପଋଥୀକା ପ୍ରଭାକରନଙ୍କ ନାମରେ ଟ୍ରାନ୍ସଫର କରାଯାଇଛି । ସେଲ୍ ଡିଡ୍ ରେ ମିଥ୍ୟା ତଥ୍ୟ ଦିଆଯାଇ ଏହି ଜମି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୁହେଁ ବୋଲି ଦଲିଲ୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ହୋଇଥିବା ଏହି ଜମି ଘୋଟାଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯିବ ବୋଲି ସ୍ଥାନୀୟ ତହସିଲଦାର ଆଶଙ୍କା ପ୍ରକାଶ କରିଛନ୍ତି । ଯାହା ଆମ ସମସ୍ତଙ୍କୁ ଚକିତ କରିଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସଂସ୍କୃତି ମନ୍ତ୍ରୀ ନିଜସ୍ୱ ବିଧାୟକ ପାଂଠରୁ ୧୮ ଲକ୍ଷ ଟଙ୍କା ଅର୍ଥ ବରାଦ କରି ସେହି ବିବାଦୀୟ ସ୍ଥାନକୁ ରାସ୍ତା କରାଯିବା ପଛରେ ବିରାଟ ଷଡଯନ୍ତ୍ର ସ୍ପଷ୍ଟ ହୋଇଛି ଏବଂ ଏ ସଂପର୍କରେ ରାଜ୍ୟ ସରକାର ନିହାତି ଭାବେ ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ଓଡିଶାବାସିଙ୍କ ଆତ୍ମା ଓ ସ୍ୱାଭୀମାନ ଉପରେ କୁଠାରାଘାତ କରାନଯାଉ । ଷଡଯନ୍ତ୍ରକାରୀ ଜମି ଦଲାଲ୍‌ଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ହୀନ ଚକ୍ରାନ୍ତରୁ ଓହରିଯାଇ ତୁରନ୍ତ ଏହି ଜମିକୁ ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ନାମରେ ନାମିତ କରନ୍ତୁ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking