26.1 C
Bhubaneswar
Wednesday, May 8, 2024
Homeଲୁକ୍ ବ୍ୟାକ୍‌-୨୦୨୩ଲୁକ୍ ବ୍ୟାକ୍ ୨୦୨୩

ଲୁକ୍ ବ୍ୟାକ୍ ୨୦୨୩

ଅପରାଧ (Crime) : 

ଆଉ ସୁରକ୍ଷିତ ନାହିଁ ରାଜଧାନୀ : ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କଲା ଦୁର୍ବୁତ୍ତ
*ଆଉ ସୁରକ୍ଷିତ ଅବସ୍ଥାରେ ନାହିଁ ରାଜଧାନୀ ଭୁବନେଶ୍ୱର। ସୀମା ଟପିଲାଣି ବର୍ବରତା । ରାଜଧାନୀର ଛାତି ଉପରେ ଚାଲିଛି ବିଭତ୍ସ ହତ୍ୟାକାଣ୍ଡ। ଏପରି କାଣ୍ଡ ଘଟାଇ ଦୁର୍ବୁତ୍ତମାନେ ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ପୁଣି ଏମିତି କିଛି ଅମାନୁଷିକ କାଣ୍ଡ ଭିଆଇଛି ଦୁର୍ବୁତ୍ତ ଜ୍ଝ ଏକ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି । ଏଭଳି ଏକ ନାରକୀୟ କାଣ୍ଡ ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ । ସୂଚନାନୁଯାୟୀ,ଗତକାଲି ସନ୍ଧ୍ୟାବେଳେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ଏକ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହି ବସ୍ତିରେ ରହୁଥିବା ଘନିଆ ନାମକ ଜଣେ ଯୁବକ ଏହି ଜଘନ୍ୟ କାଣ୍ଡ ଘଟଣାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ସୁନ୍ଦରପଦା କେଳାସାହି ବସ୍ତିର ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଗଳାକାଟି ହତ୍ୟା କରାଯାଇଛି ।


ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଉକ୍ତ ଅଞ୍ଚଳର ଘନିଆ ନାମକ ଜଣେ ଯୁବକର ଲୋଲୁପଦୃ‌ଷ୍ଟି ଉକ୍ତ ନାବାଳିକାଙ୍କ ଉପରେ ଥିଲା । ତେବେ ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କ ବାପା ମା’ କାମକୁ ଯାଇଥିବା ବେଳେ ସୁଯୋଗ ପାଇ ଘରେ ପଶିଥିଲା ଅଭିଯୁକ୍ତ । ପରେ ଚକୋଲେଟ୍ ଦେବା ଆଳରେ ନାବାଳିକାଙ୍କୁ ପାଖକୁ ଡ଼ାକି ତା’ସହ ଦୁଷ୍କର୍ମ କରିଥିଲା ଘନିଆ । ନାବାଳିକା ପାଟି ଖୋଲି ଜୋରରେ ଚିତ୍କାର କରିବାରୁ ଘନିଆ ତାଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା । ଆଉ ତା’ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ନାବାଳିକାଙ୍କ ବାପା ମା’ ଘରକୁ ଫେରିବା ବେଳକୁ ଝିଅ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲା ଜ୍ଝ ଏହାକୁ ଦେଖି ନାବାଳିକାଙ୍କ ବାପା ତୁରନ୍ତ ଝିଅକୁ ହସ୍ପିଟାଲ୍ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାକୁ ନେଇ ବସ୍ତିରେ ଉତ୍ତେଜନା ସୃଷ୍ଟି ହୋଇଛି ଜ୍ଝ ତାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁକରି ଛାନଭିନ ଆରମ୍ଭ କରିଛି ।  ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖିଛନ୍ତି।

ନୃଶଂସତାର ସବୁ ସୀମା ପାର ଘରେ ପଶି ୬୫ ବର୍ଷୀୟା ବୃଦ୍ଧାଙ୍କୁ କଲେ ଗଣ ଦୁଷ୍କର୍ମ

*ନୃଶଂସତାର ସବୁ ସୀମା ପାର କଲେ ଯୁବକ। ୬୫ ବର୍ଷୀୟା ବୃଦ୍ଧାଙ୍କୁ କଲେ ଗଣ ଦୁଷ୍କର୍ମ। ରାତି ଅଧରେ ଘରେ ପଶି ବୃଦ୍ଧାଙ୍କୁ ମାଡି ବସିଲେ । ଆଉ ଜଣକ ପରେ ଜଣେ ଦୁଷ୍କର୍ମ କରିଚାଲିଲେ । ଯୁବକଙ୍କ ବୟସ ଖୁବ କମ, ହେଲେ ସମ୍ମାନ ଜଣାଇବା ତ ଛାଡ ମଣିଷ ପଣିଆ ବି ଭୁଲିଗଲେ । ଅତି ନୃଶଂସତାର ସହ ଗାଁର ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଚାଲିଲେ । ଏମିତିକି ମାରପିଟ ସହ ବୃଦ୍ଧାଙ୍କୁ ମାରିବାକୁ ମଧ୍ୟ ଯୋଜନା କରିଥିଲେ। ଏପରି ଲୋମହର୍ଷଣକାରୀ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି।। ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ଘର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେରଚୁଆଁ ଅଞ୍ଚଳରେ ଜଣା ପଡିଛି । ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ରାତିରେ ଗାଁ’ର ୩ ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି । ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏକ ଏତଲା ଦେଇଛନ୍ତି । ସେହି ତିନି ଜଣ ଯୁବକ ହେଉଛନ୍ତି ପରମେଶ୍ୱର ସୁନା, ଦୁଆରୁ କଟା, ହୀରାକୁଞ୍ଜ ମାଝି ।

ସୂଚନା ମୁତାବକ, ସେପଟେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏବେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାତି ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ତାଙ୍କ ଗାଁର ଯୁବକମାନେ ଏଥିରେ ସାମିଲ ଥିବା ଜଣାପଡ଼ିଛି । ବୃଦ୍ଧାଙ୍କ ପୁଅ ଏତଲାକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି କଣ୍ଟାବାଞ୍ଜି ପୋଲିସ । ଦୁଷ୍କର୍ମ ଅଭିଯୋଗ ଅନୁଯାୟୀ ଘଟଣାରେ ସମ୍ପୃକ୍ତ ଥିବା ଗାଁ’ର ୩ ଜଣ ଯୁବକଙ୍କୁ ଅଟକ ରଖି ପଚାର ଉଚାର କରୁଛି ପୋଲିସ । ଅନ୍ୟପଟେ ବୃଦ୍ଧାଙ୍କ ପରିବାର ଲୋକେ ଦୁଷ୍କର୍ମକାରୀ ଯୁବକ ମାନଙ୍କୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି । ଘଟଣାର ସତ୍ୟତା ଜଣା ପଡିବା ପରେ ପୋଲିସ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନେବ ବୋଲି କହିଛି ।

ଅଫିସରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ

*ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ ପତ୍ନୀକୁ ତାଙ୍କ ଅଫିସରେ ପଶି ହାଣି ହତ୍ୟା ଉଦ୍ୟମ କରିଛି । ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମଧୁସ୍ମିତା ଦାସ ଗୁରୁତର ଆହତ ହୋଇଛି । ଏହି ଘଟଣାରେ ଭରତପୁର ପୋଲିସ ଅଭିଯୁକ୍ତ ସ୍ୱାମୀ ତପନ କରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସଷ୍ଠାଣ୍ଡ ପଛ ପାର୍ଶ୍ୱରେ ଥିବା କୃର୍ତ୍ତିବନ୍ଧୁ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଏକ ବିଲଡର ସଂସ୍ଥା ରହିଛି । ଏହି ଅଫିସରେ ମଧୁସ୍ମିତା ଦାସ କାର‌୍ୟ୍ୟ କରନ୍ତି । ସବୁଦିନ ପରି ସୋମବାର ସେ ଅଫିସ ଆସିଥିଲେ । ଅପରାହ୍ନ ପ୍ରାୟ ୧ଟା ବେଳେ କର୍ମଚାରୀମାନେ ଅଫିସ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ମଧୁସ୍ମିତାଙ୍କ ସ୍ୱାମୀ ତପନ ଅଫିସକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଖୋଜିଥିଲେ । ସ୍ତ୍ରୀ ତାଙ୍କ ପାଖକୁ ଆସିବା ମାତ୍ରେ ପାଖରେ ରଖିଥିବା ଏକ ମାରଣାସ୍ତ୍ରରେ ସେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଜୀବନ ବିକଳରେ ଅଫିସ ସାରା ସେ ଦୌଡ଼ଥିଲେ । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ମଧୁସ୍ମିତା ସ୍ୱାମୀଙ୍କ ଉଗ୍ରରୂପ ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ । ପରେ ବହୁ କଷ୍ଟରେ ତାଙ୍କୁ କାବୁ କରିଥିଲେ । ଖବରପାଇ ପୁଲିସ ଆପାର୍ଟମେଣ୍ଟରେ ପହଞô୍ଚ ତାଙ୍କୁ ହେପାଜତକୁ ନେବା ସହ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଆକ୍ରମଣରେ ମଧୁସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ରହିଛି । ତେବେ କ’ଣ ପାଇଁ ତାଙ୍କୁ ସ୍ୱାମୀ ହତ୍ୟା କରିବାକୁ ଉଦ୍ୟମ କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ପାରିବାରିକ ବିବାଦରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । କମିଶନରେଟ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ନବରଙ୍ଗପୁରରେ ଡବଲ ମର୍ଡର, ୨ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ମଦ୍ୟପ ବାପ* ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ଡବଲ ମର୍ଡର । ଦୁଇ ବର୍ଷ ର ଛୁଆ କୁ ହତ୍ୟା କଲା ମଦ୍ୟପ ବାପ । ଏହା ସହ ମଦ୍ୟପ ଜଣଙ୍କ ପୋଡ଼ଶୀଙ୍କୁ ମଧ୍ୟ ହତ୍ୟାକରିଥିବା ଅଭିଯୋଗ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ବୁଜୁମାପଦର ଗ୍ରାମର ରାଧେ ସନ୍ତା ନିଜ ସ୍ତ୍ରୀ ମଳତୀ ସହିତ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିଲା । ସ୍ତ୍ରୀ କୁ ଠେଙ୍ଗା ଧରି ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା ରାଧେ । ତେବେ ସ୍ତ୍ରୀ ଭୟରେ ଘର ଛାଡ଼ି ଚାଲିଯାଇଥିଲା । ପରେ ଅଧିକ ଆକ୍ରମଣାତ୍ମକ ହୋଇ ନିଜ ଦୁଇ ବର୍ଷ ର ଛୁଆ କୁ କଟୁରି ରେ ବାରମ୍ବାର ଆକ୍ରମଣ କରିଥିଲା । ଏହା ଦେଖି ପୋଡ଼ଶୀ ଜଣେ ବୃଦ୍ଧା ଜନାଇ ସାନ୍ତା ଛୁଆ କୁ ବଞ୍ଚାଇବାକୁ ଉଦ୍ୟମ କରିଥିବାବେଳେ ମଦ୍ୟପ ଜଣଙ୍କ ସେହି ବୃଦ୍ଧା କୁ ମଧ୍ୟ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇ ବର୍ଷର ପୁଅ ସହ ପଡୋଶୀ ବୃଦ୍ଧା ଙ୍କ ମୃତ୍ୟୁ ଘଟିଥିଲା । ଏହାଦେଖି ଗ୍ରାମବାସୀ ମାନେ ମଦ୍ୟପ ରାଧେ ହାତରୁ କଟୁରୀ ଛଡାଇ ହତ୍ୟାକାରୀ କୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ । ବୃଦ୍ଧା ଜନାଇ ସାନ୍ତା ଙ୍କ ପୁଅ ସୀମାଞ୍ଚଳ ସାନ୍ତା ଏନେଇ ମୈଦଲପୁର ଥାନା ରେ ଏତଲା ଦାୟର କରିଥିଲେ । ଏତଲା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ କୁ ଜବତ କରି ହତ୍ୟାକାରୀ ରାଧେ କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏକ ତରଫା ପ୍ରେମର କରୁଣ ପରିଣତି; ବାପଝିଅଙ୍କୁ ଛେଚି ଚମ୍ପଟ ମାରିଲା ପ୍ରେମିକ
*ଏକ ତରଫା ପ୍ରେମର ପରିଣତି ସବୁବେଳେ ଭୟଙ୍କର ହୋଇଥାଏ। ଏପରି ସମ୍ପର୍କର ଶେଷ ପ୍ରାୟତଃ ହିଂସାତ୍ମକ ହୋଇଥାଏ। ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ତାଳପଦା ନିକଟରେ ଘଟିଛି। ଏକ ତରଫା ପ୍ରେମର କରୁଣ ପରିଣତିର ଶିକାର ହୋଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ବାପା ।ଛାତ୍ରୀଜଣକ ଆଜି ସକାଳେ ସାଇକେଲ ଯୋଗେ ସ୍କୁଲ ଯାଉଥିଲେ। ମାତ୍ର ବାଟରେ ତାଙ୍କୁ ଜଣେ ଯୁବକ ଅଟକାଇଥିଲେ। ଯୁବକଜଣକ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିବା ଶୁଣିବାକୁ ମିଳୁଛି। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

murder_plan

ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ନିଜ ହାତରେ ପିନ୍ଧିଥିବା ବଳାରେ ଛାତ୍ରୀଙ୍କ ମୁହଁକୁ ମୁଥ ମାରିଥିଲେ। ଯୁବକଙ୍କ ଆକ୍ରମଣରେ ଛାତ୍ରୀଜଣକ ରକ୍ତାକ୍ତ ହୋଇଥିବା ବେଳେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯିବାରୁ ଯୁବକଜଣକ ଫେରାର ହୋଇ ଯାଇଥିଲେ। ଖବର ପାଇ ଛାତ୍ରୀଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଝିଅକୁ ମେଡିକାଲ ନେଉଥିବା ବେଳେ ବାଟରେ ପୁଣି ଥରେ ଉକ୍ତ ଯୁବକ ପହଞ୍ଚିଥିଲେ। ସେଠାରେ ସେ ଛାତ୍ରୀଙ୍କ ପିତାଙ୍କୁ ନିଜ ବଳା ସାହାଯ୍ୟରେ ମାଡ଼ ମାରି ଲହୁଲୁହାଣ କରିଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ବାପଝିଅଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାପଝିଅ ଗୋପାଳପୁର ଥାନାରେ ପହଞ୍ଚି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଗୋପାଳପୁର ପୁଲିସ୍ ଉକ୍ତ ଯୁବକଙ୍କୁ ଖୋଜାଖୋଜି କରୁଥିବା ବେଳେ ସେ ଫେରାର ହୋଇ ଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking