31.1 C
Bhubaneswar
Wednesday, May 8, 2024
Homeରାଜନୀତିଲୁକ୍ ବ୍ୟାକ୍ ୨୦୨୩

ଲୁକ୍ ବ୍ୟାକ୍ ୨୦୨୩

ରାଜନୀତି (Political) :

ତିନି ରାଜ୍ୟରେ ବିଜେପିର ଦମଦାର ପଦର୍ଶନ ,ତେଲେଙ୍ଗାନାରେ କଂଗ୍ରେସ

*ରାଜସ୍ଥାନର ଝୋଟୱାରା ଆସନରେ ବାଜିମାତ କରିଛନ୍ତି ବିଜେପିର ରାଜ୍ୟବର୍ଦ୍ଧନ ରାଠୋର। ତାଙ୍କୁ ଏହି ଆସନରେ କଂଗ୍ରେସର ୩୩ ବର୍ଷୀୟ ପ୍ରାର୍ଥୀ ଅଭିଷେକ ଚୌଧୁରୀ ଜୋରଦାର ଟକ୍କର ଦେଇଥିଲେ। କିନ୍ତୁ ଶେଷରେ ରାଜ୍ୟବର୍ଦ୍ଧନ ବିଜୟ ମୁକୁଟ ପିନ୍ଧିଛନ୍ତି। ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ଆଜି ଭୋଟ ଗଣତି ଆରମ୍ଭ ପର ଠାରୁ ପ୍ରାୟ ୭ ରାଉଣ୍ଡ ଯାଏ ରାଜ୍ୟବର୍ଦ୍ଧନ ପଛରେ ରହିଥିଲେ। ଅଭିଷେକ ତାଙ୍କ ଠାରୁ ୧୦ ହଜାର ଭୋଟ ଆଗରେ ଥିଲେ। ଲାଗୁଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଠୋରଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ। କିନ୍ତୁ ସମୟ ବଢ଼ିବା ସହ ରାଜ୍ୟବର୍ଦ୍ଧନଙ୍କ ଭୋଟ ଭାଗ ବଢ଼ିବାରେ ଲାଗିଥିଲା। ଶେଷରେ ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।ରାଜ୍ୟବର୍ଦ୍ଧନ ମୋଟ ୧,୪୬,୪୪୦ ଖଣ୍ଡ ଭୋଟ ପାଇ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ସହ ରାଜସ୍ଥାନରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେଣୁ ଦଳ କାହାକୁ ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଦିୟା କୁମାରୀ, ବସୁନ୍ଧରା ରାଜେ, ମହନ୍ତ ବାଲକନାଥ ଓ ରାଜ୍ୟବର୍ଦ୍ଧନ ରାଠୋର ପ୍ରମୁଖ ରହିଛନ୍ତି। ବାଜି ମାରିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ। ଛତିଶଗଡ଼ର ରଜନନ୍ଦଗାଓଁ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ସେ ଏହି ଆସନରେ କଂଗ୍ରେସ ନେତା ଗିରିଶ ଦେବାଙ୍ଗନାକୁ ହରାଇଛନ୍ତି। ୩୫ ହଜାରରୁ ବି ଅଧିକ ଭୋଟ ହାଲସ କରି ରଜନନ୍ଦଗାଓଁ ଆସନରେ ପଦ୍ମ ଫୁଟାଇଛନ୍ତି ରମଣ ସିଂହ। ସେହିପରି ବିଲାସପୁର, ରାଇପୁର ଓ ଜଗଦଳପୁରରେ ମଧ୍ୟ ବିଜେପି ଜିତିଛି।ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରମଣ ସିଂହ। ସେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରୂପେ କାମ କରିସାରିଛନ୍ତି। ସେ ୨୦୦୩ରୁ ୨୦୧୮ ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ।ଏହି ଭେଟେରାନ୍ ବିଜେପି ନେତା ୨୦୦୮ସିହାରୁ କ୍ରମାଗତ ଭାବରେ ରଜନନ୍ଦଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି।

୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନରେ ​​ରମଣ ସିଂହ କଂଗ୍ରେସ ପ୍ରାର୍ଥୀ କରୁଣା ଶୁକ୍ଲାଙ୍କୁ ୧୬,୯୩୩ ଭୋଟରେ ପରାସ୍ତ କରିଥିଲେ। ସେ ୨୦୦୮ ଏବଂ ୨୦୧୩ ରେ କଂଗ୍ରେସ ପ୍ରାର୍ଥୀ ଉଦୟ ମୁଦାଲିଆର ଏବଂ ପରେ ତାଙ୍କ ପତ୍ନୀ ଅଲ୍କା ଉଦୟ ମୁଦାଲିଆରଙ୍କୁ ପରାସ୍ତ କରି ନିର୍ବାଚନ ​​ଜିତିଥିଲେ।୧୯୯୯ରେ ରମଣ ସିଂହ ମଧ୍ୟ ରାଜନନ୍ଦଗାଓଁ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପରେ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରାଙ୍କୁ ୨୬,୭୧୫ ଭୋଟରେ ପରାସ୍ତ କରିଥିଲେ।ତେଲେଙ୍ଗାନାରେ କଂଗ୍ରେସ 63ଟି ଆସନରେ ଆଗରେ ରହିଛି। ବିଆରଏସ୍ ତା’ପଛରେ ରହିଛି। ଦଳ 40ଟି ଆସନରେ ଆଗରେ ରହିଛି। ବିଜେପି ମାତ୍ର 8ଟି ଆସନରେ ଆଗରେ ରହିଛି। କିନ୍ତୁ କାମାରେଡ୍ଡୀ ଆସନରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇସାରିଛି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ଥରେ ବିପୁଳ ବିଜୟ ସହ ଶାସନ କ୍ଷମତାକୁ ଫେରୁଛି। ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଦୁଇ ଅଙ୍କରେ ସୀମିତ ଥିବା ଜଣାପଡିଛି। ଏଭଳି ସ୍ଥିତିରେ ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ବିଜେପିର କଠିନ ପରିଶ୍ରମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବିଜେପି ସପକ୍ଷରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ରାଜ୍ୟରେ ମୁଖ୍ୟ ଚର୍ଚ୍ଚା ହେଉଛି ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନୁହଁନ୍ତି; ବରଂ ‘କିଙ୍ଗମେକର’ ହେଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯିଏକି ମଧ୍ୟପ୍ରଦେଶ ନିର୍ବାଚନରେ ଦଳ ପାଇଁ ସହ-ପ୍ରଭାରୀ ରହିଥିଲେ।ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ଦଳର ସହ-ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ବୈଷ୍ଣବ ଅତୀତରେ ଜଣେ ପ୍ରଶାସନିକ ଅଧିକାରୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଥିଲେ। ଏଭଳି ପରିସ୍ଥିତିରେ ବିଜେପି ତାଙ୍କ ପ୍ରଶାସନିକ ଦକ୍ଷତା ବିଷୟରେ ଭଲ ଭାବେ ଅବଗତ ଥିଲା। ସେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଉତ୍ତମ ସମନ୍ଵୟ ସ୍ଥାପନ କରିବା ସହ ଦଳର ନିଷ୍ପତ୍ତିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯୋଜନା ସୁନିଶ୍ଚିତ କରିଥିଲେ। ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେହିଭଳି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ତେଲେଙ୍ଗାନା ପ୍ରଦେଶ କଂଗ୍ରେସର ସଭାପତି ରେବନ୍ଥ ରେଡ୍ଡୀ। ଏହି ଦୁଇ ହେଭିଓ୍ବେଟକୁ ସେହି ଆସନରେ ଟକ୍କର ଦେଉଛନ୍ତି ବିଜେପିର କଟିପାଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ। ଏହି ଆସନରେ ପ୍ରଥମେ ଆଗରେ ରହିଥିଲେ କଂଗ୍ରେସର ରେବନ୍ଥ ରେଡ୍ଡୀ। ତେବେ ସଦ୍ୟ ସୂଚନା ଅନୁଯାୟୀ ଏଠାରେ ଆଗରେ ରହିଛନ୍ତି ବିଜେପିର 53 ବର୍ଷୀୟ ଭେଙ୍କଟ ରମଣ ରେଡ୍ଡୀ। ସେ 53,261 ଖଣ୍ଡ ଭୋଟ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ 50,169 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ରେବନ୍ଥ ରେଡ୍ଡୀ 48,082 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। କାମାରେଡ୍ଡୀ ମୁଖ୍ୟମନ୍ତ୍ରୀ କେସିଆର ଜନ୍ମଭୂମି ହୋଇଥିଲେ ହେଁ, ସେଠାରେ ତାଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଛି। ଉଭୟ କେସିଆର ଓ ରେବନ୍ଥ ରେଡ୍ଡୀ ଦୁଇଟି ଲେଖାଏଁ ଆସନରେ ଲଢ଼ୁଛନ୍ତି। ସେମାନେ ଅନ୍ୟ ଦୁଇଟି ଆସନରେ ଆଗରେ ଚାଲିଛନ୍ତି। ବିଜେପି ପ୍ରାର୍ଥୀ କଟିପାଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 49 କୋଟି।

 ବିଜେଡିରେ ଯୋଗ ଦେଲେ ଭି.କେ. ପାଣ୍ଡିଆନ I ବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ ପୂଜା ଭେଟି

*ବିଜେଡିରେ ଯୋଗ ଦେଲେ ଭି.କେ. ପାଣ୍ଡିଆନ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ସେପ୍ଟେମ୍ବର ୨୩ ତାରିଖରେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅବସର ନେବାର ଗୋଟିଏ ଦିନ ପରେ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହା ସହ ଶ୍ରୀ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଥିଲା। ଆଜି ସକାଳେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥତି ଥିଲେ। ସେହିପରି ବିଜେଡିର ଅନ୍ୟ କେତେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଆଗକୁ ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ଦାୟିତ୍ୱ ମିଳୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୪.୧୦.୨୦୨୩ରେ ଓଏନଏ ଖବରରେ ପ୍ରକାଶ ପାଇଥିଲା ବିଜେଡିରେ ଯୋଗଦେବେ ବୋଲି ଭିକେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ବିରୋଧୀଙ୍କୁ ଚକିତ କଲାଭଳି ତାଙ୍କ ଇସ୍ତଫା ଦେଇ ଦଶହରା ପୂଜା ଭେଟି ଦେଇଛନ୍ତି । ବିରୋଧୀଙ୍କ ମୁହଁକୁ ସେ ତାଙ୍କ ଇସ୍ତଫା ପତ୍ର ଫିଙ୍ଗିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ କିଛି ମାସ ହେଲା ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଅଭିଯୋଗ ଶୁଣାଣୀ କରୁଥିବା ବେଳେ ତାକୁ ନେଇ ବିରୋଧୀ ବହୁ ଆପତି ଉଠାଉଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିର ବାତାବରଣ ବେଶ୍ ଉଷ୍ମ ରହୁଥିଲା । ଶେଷରେ ଇସ୍ତଫା ଦେଇ ପାଣ୍ଡିଆନ୍ ବିରୋଧୀଙ୍କୁ ମୁହଁତୋଡ଼୍ ଯବାବ୍ ଦେଇଥିବା କଥା କୁହାଯାଉଛି ।

ଏବେ ପାଣ୍ଡିଆନ୍ ଖୋଲା ଖୋଲି ଭାବେ ଯେଉଁ ଅଞ୍ଚଳକୁ ଚାହିଁବେ ସେ ଅଞ୍ଚଳକୁ ଯାଇ ରାଜନେତାଙ୍କ ଭଳି ସିଧାସଳଖ ବିଜେଡିର ରାଜନୀତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ବିରୋଧୀ ଆଉ ପାଟି ଫିଟେଇ ପାରିବେ ନାହିଁ ।ମୁଖ୍ୟନ୍ତ୍ରୀଙ୍କ ବଳଦଳରେ ତାଙ୍କ ନିର୍ଦ୍ଦେଶକୁ ଆଧାରେ କରି ପାଣ୍ଡିଆନ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ଘୋଷଣାମାନ କରିଥିଲେ । ଲୋକଙ୍କଠୁ ଆପତି ଅଭିଯୋଗ ଶୁଣୁଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ମଧ୍ୟ ଦେଇଥିଲେ । ଏହାକୁ ନେଇ ବିରୋଧୀ ତୁମ୍ଭିତୋଫାନ କରୁଥୁଲେ । କେନ୍ଦ୍ରକୁ ମଧ୍ୟ ବିଜେପି ଚିଠି ଲେଖି ଆପତି ଦେଇଥିଲା । ଉଭୟ କଂଗ୍ରେସ ଓ ବିଜେପି ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନେ ପାଣ୍ଡିଆନ୍‌ଙ୍କୁ ତାଙ୍କର ଏହି କାର୍ଯ୍ୟକ୍ରମ ପାଇଁ କଟୁ ସମାଲୋଚନା କରୁଥିଲେ । ଯଦି ତାଙ୍କର ରାଜନୀତି କରିବାର ଅଛି ତେବେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ସିଧାସଳଖ ରାଜନୀତିକୁ ଆସନ୍ତୁ । ପାଣ୍ଡିଆନ୍ ଗୋଟିକ ପରେ ଗୋଟିଏ ୩୦ଟି ଯାଙ୍କ ଜିଲ୍ଲା ବୁଲି ଅନୁଧ୍ୟାନ କଲେ । ବିରୋଧୀଙ୍କ କଥାକୁ ଖାତିର କଲେ ନାହିଁ । ଏପରିକି ଅନେକ ସ୍ଥାନରେ ବିରୋଧୀ ହତାସ ହୋଇ ତାଙ୍କ ଗସ୍ତକୁ ବିରୋଧ କରିବା ଆରମ୍ଭ କରିଦେଲେ । କଳାପତାକା ଦେଖାଇବା, ଅଣ୍ଡା ଓ ଟମାଟୋ ମାଡ଼ କରିବା ସହ କାଳିମାଡ଼ ମଧ୍ୟ କରାଯାଇଥିଲା । ତାଙ୍କ ମୁହଁରେ କାଳି ବୋଳାଯାଇଥିଲେ ବି ସେ କୌଣସି କଥାକୁ ଖାତିର ନକରି ତାଙ୍କ ଲକ୍ଷରେ ଅଟଳ ରହିଥିଲେ । ଏପରିକି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପାଣ୍ଡିଆନ୍‌ଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିଥିଲେ । ବିଜେପି ନେତାଙ୍କ କୌଣସି କଥାକୁ ଶାହା ଗୁରୁତ୍ୱ ଦେଉନଥିଲେ । ବିରୋଧୀ ସବୁବେଳେ ପାଣ୍ଡିଆନ୍‌ଙ୍କୁ ଇସ୍ତଫା ଦେଇ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଉଥିଲେ। ଏବେ ପାଣ୍ଡିଆନ୍ ବିରୋଧୀଙ୍କ ଆହ୍ୱାନଙ୍କୁ ଗ୍ରହଣ କରି ଇସ୍ତଫା ଦେଇ ସିଧାସଳଖ ଓଡ଼ିଶାରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । କେବେଳ ବିଜେଡିରେ ଯୋଗ ଦେଲେ ବୋଲି ଘୋଷଣା କରିବା ବାକି ରହିଛି । ଏବେ ସେ ସିଧାସଳଖ ବିଜେଡି କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ରାଜନିତିକ କାର୍ଯ୍ୟକ୍ରମ କରିବେ ବୋଲି କୁହାଯାଉଛି । ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ତାଙ୍କର ଚାକିରୀ କାର୍ଯ୍ୟକାଳ ଆହୁରି ପ୍ରାୟ୧୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଥିଲା । ଏହାକୁ ସେ ଖାତିର ନକରି ଇସ୍ତଫା ଦେଇଥିବାରୁ ସେ ସିଧାସଳଖ ଓଡ଼ିଶା ରାଜ୍ୟରେ ରାଜନୀତି କରିବେ ବୋଲି ଏକ ପ୍ରକାର ସୂଚାଇ ଦେଇଛନ୍ତି । ଓଡ଼ିଶାର ପ୍ରତ୍ୟେକ କୋଣକୁ ଯାଇ ବୁଲିବା ପରେ ଓଡ଼ିଶା ଲୋକଙ୍କ ମନୋଭାବ ପରଖି ଥିଲେ । କେତେକ ରାଜନୈତିକ ବିରୋଧୀଙ୍କ ବିରୋଧକୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ବିରୋଧଭାବ କେବେ ଦେଖା ଯାଇ ନଥିଲା । ସବୁ କଥାକୁ ଅନୁଧ୍ୟାନ କରିବା ପରେ ସେ ଇସ୍ତଫା ଦେଇଛନ୍ତି ।

ରାଜନୀତି କରିବା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କିଏ ଉତ୍ତରାଧିକାରୀ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ କିଏ ସେହି ବ୍ୟକ୍ତି ଜଳ ଜଳ ହୋଇ ଦେଖାଦେଉଥିବା ଆଲୋଚନା ହେଉଛି । କୁହାଯାଉଥିଲା ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା କାର୍ତ୍ତିକାନ୍ ରାଜନୀତି କରିବେ । ପାଣ୍ଡିଆନ୍ ପ୍ରଚ୍ଛଦ ପଟରେ ରହି ସହାୟତା କରିବେ । କିନ୍ତୁ ସେ ଓଡ଼ିଶାର ଜ୍ୱାଇଁ ହେଉଥିବାରୁ ସିଧାସଳଖ ପତ୍ନୀ ନୁହେଁ ନିଜେ ରାଜନୀତି କରିବେ ବୋଲି ଚାକିରୀରୁ ଇସ୍ତଫା ଦେଇ ଜଣାଇ ଦେଇଛନ୍ତି । ସ୍ୱେଚ୍ଛାକୃତ ଇସ୍ତଫା ପତ୍ର ଗତ ୨୦ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟକୁ ରାଜ୍ୟ ସରକାର ପଠାଇଥିଲେ । ୨୩ ତାରିଖରେ କେନ୍ଦ୍ର ସରକାର ଗ୍ରହଣ କରି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲେ । ଏଥିରୁ ଜଣାପଡ଼ୁଛି ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଭିତିରି ଆଲୋଚନା ହୋଇ ସାରିଥିଲା । ନ ହେଲେ ଏତେ ଜଲଦି କୌଣସି ଅଫିସରଙ୍କ ସ୍ୱେଚ୍ଛାକୃତ ଇସ୍ତଫା ଗ୍ରହଣ ହେବା ଦେଖାଯାଇ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking