32.1 C
Bhubaneswar
Friday, April 26, 2024
Homeଓଡିଶାଲକ୍‌ଡାଉନର ଦୁଃଖ : ବାହାଘରକୁ ଆସି ୨ ପୁଅ ସହ ମା’ ଗାଁ’କୁ ଯାଇ ପାରୁନାହାନ୍ତି

ଲକ୍‌ଡାଉନର ଦୁଃଖ : ବାହାଘରକୁ ଆସି ୨ ପୁଅ ସହ ମା’ ଗାଁ’କୁ ଯାଇ ପାରୁନାହାନ୍ତି

 
ନୂଆପଡା : ସଂପର୍କୀୟଙ୍କ ଘରକୁ ଏକ ବାହା ଘର କାର୍ଯ୍ୟକ୍ରମକୁ ଆସି ଲକ୍ ଡାଉନ ଯୋଗୁଁ ନିଜ ଗାଁ’କୁ ଯାଇପାରି ନାହାନ୍ତି ଉତ୍ତର ପ୍ରଦେଶ ଅକତଉ ଗାଁ’ ର ୩ ଜଣ । ନିଜ ସଂପର୍କୀୟଙ୍କ ଘରେ ମା’ ସହ ୨ ପୁଅ ୫ ମାସ ହେଲାଣି ରହି ଯାଇଛନ୍ତି । ନୂଆପଡା ଜିଲ୍ଲା କୋମନା ଥାନା ବୁଦ୍ଧିକୋମନା ଗାଁ’ର ଗଜାନନ ବାଗଙ୍କ ପରିବାରରେ ଏକ ବାହାଘର କାର୍ଯ୍ୟକ୍ରମ ଥିଲା । ଏହି ବାହାଘର କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ସୁଦୂର ଉତ୍ତର ପ୍ରଦେଶ ଅକତଉ ଗାଁ’ରୁ ତାଙ୍କ ୩ ଜଣ ସଂପର୍କୀୟ ଆସିଥିଲେ । ୩ ଜଣଙ୍କ ମଧ୍ୟରେ ମା’ ସୀତା ଦେବୀ (୬୫ବର୍ଷ) ତାଙ୍କ ୨ ପୁଅ ପୁଷ୍ପେନ୍ଦ୍ର କୁମାର (୨୩ ବର୍ଷ) ଓ ପ୍ରିଭେଶ କୁମାର (୧୩ ବର୍ଷ) । ବାହାଘର କାର୍ଯ୍ୟକ୍ରମ ସୁରୁଖୁରୁରେ ସରିଥିଲା । କିନ୍ତୁ ଯେତେ ବେଳେ ଗାଁକୁ ବାହାରିବାକୁ ପ୍ରସ୍ତୁତ ହେଲେ, ସେତେବେଳେ ସରକାର କରୋନା ପାଇଁ ଲକ୍ ଡାଉନ ଘୋଷଣା କଲେ । ଯାନବାହାନ ଚଳାଚଳ ବନ୍ଦ ହୋଇଗଲା, ଘରୁ ବାହାରିବା ବନ୍ଦ ହୋଇଗଲା । କେବେ ଲକ୍ ଡାଉନ ଉଠିବ, କେବେ ଟ୍ରେନ ଚାଳିବ ସେ ଦିନକୁ ଅପେକ୍ଷା କରି କରି ୫ ମାସ ବିତି ଗଲା । ଏ ୫ ମାସରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ବିଶେଷ କରି ସେମାନେ ରୋଟି ଖାଉ ଥିବା ବେଳେ ଏବେ ବାଧ୍ୟ ହୋଇ ଭାତ ଖାଉ ଥିବା କହୁଛନ୍ତି । ଉତ୍ତର ପ୍ରଦେଶର ନିଜ ଗାଁ’କୁ ଯିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ୩ ଥର ଓ ଓଡିଶା ସରକାରଙ୍କୁ ୨ ଥର ଅନଲାଇନରେ ଆବେଦନ କରିଥିବା ବେଳେ ଏଯାଏ କୌଣସି ଅନୁମତି ମିଳିନି । ପୁଣି ତାଙ୍କ ପାଖରେ ଯାହା ଟଙ୍କା ପଇସା ଥିଲା, ତାହା ବି ସରି ଗଲାଣି । ଏବେ ଅନୁମତି ମିଲିଲେ ବି କେମିତି ନିଜ ଗାଁକୁ ଯିବେ ସେ ଚିନ୍ତାରେ ସେମାନେ । ସରକାର ଅନୁମତି ଦେଇ ତାଙ୍କୁ ତାଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ସଂପର୍କୀୟଙ୍କ ଘରେ ଏତେ ଦିନ ଅତିଥି ହୋଇ ରହିବାକୁ ସେମାନେ ଚାହୁଁ ନ ଥିବା କହୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking