40.1 C
Bhubaneswar
Wednesday, April 24, 2024
Homeସ୍ୱାସ୍ଥ୍ୟଆସିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଚାଲିଲେ ଗର୍ଭବତୀ

ଆସିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଚାଲିଲେ ଗର୍ଭବତୀ

କୋରାପୁଟ : ମାଟି ରାସ୍ତା, ଲଗାଣ ବର୍ଷା ଯୋଗୁଁ କାଦୁଅ ରାସ୍ତାରେ ଆସି ପାରିଲାନି ଆମ୍ବୁଲାନ୍ସ, ତେଣୁ ବାଧ୍ୟ ହୋଇ ଜଣେ ଗର୍ଭବତୀ ମହିଳା ଚାଲି ଚାଲି ଦେଢ କିଲୋମିଟର ଆସିବା ପରେ ଆମ୍ବୁଲାନ୍ସରେ ପହଞ୍ଚିଲେ ଡାକ୍ତରଖାନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ସଦର ପଞ୍ଚାୟତର ଘାସିପଦର ଗ୍ରାମରେ ।
ସୂଚନା ଅନୁଯାୟୀ, ଗ୍ରାମର ନବୀନ ମୁଦୁଲିଙ୍କ ସ୍ତ୍ରୀ ଶିଳନ୍ତି ମୁଦୁଲିଙ୍କର ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା । ସ୍ଥାନୀୟ ଆଶା କର୍ମୀ ରେଣୁକା ତୁରୁକ୍ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ୧୦୨ ଆସିଥିଲା ହେଲେ କାଦୁଏ ପୋଚ ପୋଚ ହୋଇଥିବାରୁ ଗାଁ’ରେ ପହଞ୍ଚି ନପାରି ଘାସିପଦର ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଅଟକି ରହିଥିଲା । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଳନ୍ତି ଆଶାକର୍ମୀ ଓ ସମ୍ପର୍କୀୟଙ୍କ ସହାୟତାରେ ବହୁ କଷ୍ଟରେ ଚାଲି ଚାଲି ଆମ୍ବୁଲାନ୍ ନିକଟକୁ ଆସିଥିଲେ । ବହୁ କଷ୍ଟରେ ଶିଳନ୍ତି ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking