28.1 C
Bhubaneswar
Saturday, April 27, 2024
Homeଓଡିଶାଲକ୍ ଡାଉନ୍ ସହ ସାପ୍ତାହିକ ସଟ୍ ଡାଉନ୍ ରହିବ ଗଞ୍ଜାମ

ଲକ୍ ଡାଉନ୍ ସହ ସାପ୍ତାହିକ ସଟ୍ ଡାଉନ୍ ରହିବ ଗଞ୍ଜାମ

ଭୁବନେଶ୍ଵର: କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି ବୋଲି ସେହି ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । କିନ୍ତୁ ମାତ୍ର ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମରେ ରହୁଛି । ଘରକୁ ଘର ବୁଲି ସର୍ଭେ କରିବା ଦ୍ୱାରା ପଜିଟିଭ ସଂଖ୍ୟା କମିଛି । ଗଞ୍ଜାମ ଓ ବ୍ରହ୍ମପୁରକୁ ଅନ୍ୟ ଅଞ୍ଚଳର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ରହିବ । ଲକଡାଉନ ଯୋଗୁଁ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ତେଣୁ ଅଗଷ୍ଟ ୩୧ ଯାଏଁ ମଧ୍ୟ ଲକଡାଉନ ରହିବ ବୋଲି ସେ କହିଛନ୍ତି । ଏହାସହୟ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଦୁଇଦିନିଆ ଶନିବାର ଓ ରବିବାର ସଟଡାଉନ କଟକଣା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କେବଳ ସକାଳ ୭ ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ଖୋଲାରହିବ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ କରିବା ସହ ଜୋରିମାନା ଆଦାୟ କରାଯିବ । ଏହାସହ ଦୋକାନୀ ମାସ୍କ ପିନ୍ଧିବା, ସର୍କଲ ଓ ବ୍ୟାରିକେଡ଼ କରିବା ବାଧ୍ୟତାମୂଳକ । ଗ୍ରାହକଙ୍କ କଣ୍ଟାକ୍ଟ ଡ଼ିଟେଲସ ଦୋକାନୀ ରଖିବା ନେଇ କୁହାଯାଇଛି ।

ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏହି କଟକଣା ବ୍ରହ୍ମପୁରରେ ମଧ୍ୟ ଲାଗୁ ହେବ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଗଞ୍ଜାମରେ କ’ଣ କ’ଣ କଟକଣା ଲାଗୁ ହେବ ଜାଣନ୍ତୁ…
1-ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ଦୋକାନ ବଜାର ଖୋଲା ରହିବ।
2-୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
3-ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବେ ଓ ମାସ୍କ ପିନ୍ଧିବେ।
4-ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟସ୍‌ ଡିଟେଲ୍ସ୍‌ ଦୋକାନୀ ରଖିବେ।
5-ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍ କରିବେ ଦୋକାନୀ।
6-ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ(ପ୍ରତ୍ୟେକ ଶନିବାର ଓ ରବିବାର) ସଟଡାଉନ୍ ଜାରି ରହିବ।
7-ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking