32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବିବାହିତ ମହିଳାଙ୍କ ସହିତ ଲିଭ୍ ଇନ୍ ରିଲେଶନସିପ୍ ଅନୈତିକ : କୋର୍ଟ 

ବିବାହିତ ମହିଳାଙ୍କ ସହିତ ଲିଭ୍ ଇନ୍ ରିଲେଶନସିପ୍ ଅନୈତିକ : କୋର୍ଟ 

ନୂଆଦିଲ୍ଲୀ: ବିବାହିତ ମହିଳାଙ୍କ ସହିତ ଲିଭ୍ ଇନ ରିଲେଶନସିପକୁ ଅନୈତିକ ବୋଲି ଘୋଷଣା କରିଛନ୍ତି କୋର୍ଟ । କୋର୍ଟଙ୍କୁ ନିକଟରୁ ସୁରକ୍ଷା ମାଗିବା ନେଇ ଆବେଦନ କରିଥିବା ରାଜସ୍ଥାନର ଏହି ଲିଭ ଇନ ଯୋଡିଙ୍କୁ ସୁରକ୍ଷା ଦେବା ପାଇଁ ମନା କରିଛନ୍ତି କୋର୍ଟ । ଜଷ୍ଟିସ ସତୀଶ କୁମାର ଶର୍ମାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିବା ସହିତ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି । ବିଗତ ସପ୍ତାହରେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ସମାନ ମାମଲା ଆସିଥିବା ବେଳେ ମହିଳାଙ୍କୁ ୫ହଜାର ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରିଥିଲେ କୋର୍ଟ । ରାଜସ୍ଥାନର ଏହି ୩୦ ବର୍ଷୀୟା ମହିଳା ଜଣକ ଜଣେ ୨୭ ବର୍ଷୀୟ ଯୁବକଙ୍କ ସହିତ ଲିଭ ଇନ୍‌ରେ ରହିଥିଲେ । ମହିଳା ଜଣକ ପୂର୍ବରୁ ବିବାହିତା । ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇନଥିବା ବେଳେ ବର୍ତ୍ତମାନ ଲିଭଇନ୍‌ରେ ରହୁଛନ୍ତି । ଉଭୟଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଭାରତୀୟ ସଂସ୍କୃତିରେ ବିବାହ ଏକ ପବିତ୍ର ଅନୁଷ୍ଠାନ । ବିବାହିତା ମହିଳାଙ୍କ ସହିତ ଲିଭଇନ୍ ସମ୍ପର୍କକୁ ଅବୈଧ ବୋଲି କହିବା ସହିତ ସୁରକ୍ଷା ପାଇଁ ମନା କରି ଦେଇଛନ୍ତି କୋର୍ଟ । ଏପରି ମାମଲାରେ ସୁରକ୍ଷା ପ୍ରଦାନ କରିବା ଦ୍ୱାରା ଦେଶର ସାମାଜିକ ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି ହେବ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହିପରି ଏକ ମାମଲାରେ ସମାନ ରାୟ ପ୍ରଦାନ କରିଥିଲେ । କୋର୍ଟ କହିଥିଲେ ଲିଭ ଇନ ଅନୈତିକ ନୁହେଁ, ହିନ୍ଦୁ ବିବାହ ଆଇନ ଅନୁସାରେ ଆପଣ ପ୍ରଥମ ପତିଙ୍କ ନିକଟରୁ ଛାଡପତ୍ର ଆଣି ଲିଭଇନ୍‌ରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking