38.1 C
Bhubaneswar
Wednesday, May 1, 2024
Homeଓଡିଶାଯୌତୁକ ନିର୍ଯ୍ୟାତନାରେ ଶିକାର ହେଲେ ମହିଳା, ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ଯୌତୁକ ନିର୍ଯ୍ୟାତନାରେ ଶିକାର ହେଲେ ମହିଳା, ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ବାଲେଶ୍ୱର : ଅଧିକ ଯୌତୁକ ଦାବୀ କରି ସ୍ୱାମୀ ସମେତ ଶ୍ୱଶୁର ଘର ଲୋକେ ଶାରିରୀକ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ଜନୈକ ମହିଳା ଶେଷରେ ଥାନାରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ମେଟ୍ରୋମୋନି ମାଧ୍ୟମରେ ସୁଦୂର କୋରାପୁଟର ଅନନ୍ୟା ଦାଶ ଓରଫ ମୋନାଲିସା ସହିତ ନୀଳଗିରି ଥାନା ଅଧିନ ସାନଅତା ଗ୍ରାମର ଶୁଭକାନ୍ତ ଦାଶଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ କନ୍ୟା ଘର ପକ୍ଷରୁ ସମସ୍ତ ଯୌତୁକ ଦିଆଯାଇଥିଲା । ବିବାହର ୬ମାସ ଧରି ଭଲରେ କଟିଥିବା ବେଳେ ଶୁଭକାନ୍ତଙ୍କ ଅଭିବାହିତ ମାଉସୀଙ୍କ କୁଶିକ୍ଷାରେ ପଡ଼ି ଅନନ୍ୟାକୁ ଅଧିକ ୫ଲକ୍ଷ ଟଙ୍କା ଯୌତୁକ ଦାବୀ କରି ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ପିଟାମରା କରୁଥିଲେ । ଶୁଭକାନ୍ତଙ୍କର ଅନ୍ୟ ଜଣେ ମାଉସୀ ମଧ୍ୟ ଘରୋଇ କଥାରେ ମୁଣ୍ଡ ପୁରାଇ ସେମାନଙ୍କ ସହ ମିଶି ଅନନ୍ୟାକୁ ନିର୍ଯ୍ୟାତନା ଦେଉଥିବା ସେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଅନନ୍ୟାଙ୍କର ସ୍ୱାମୀ ଶୁଭକାନ୍ତ ଅନ୍ୟ ଏକ ଝିଅ ସହ ଅନୈତିକ ସଂପର୍କ ରଖିଥିବା ନେଇ ଅନନ୍ୟ ନିଜ ଏତଲାରେ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଅଧିକ ଯୌତୁକ ଦାବୀ କରି ଦୁଇ ମାଉସୀ ଶାଶୂ ଓ ସ୍ୱାମୀ ନିର୍ଦ୍ଦୟ ବ୍ୟବହାର କରି ପୂର୍ବରୁ ଘରୁ ତଡ଼ି ଦେଇଥିଲେ । ଏବେ ଅନନ୍ୟାର ସ୍ୱାମୀ ଶୁଭକାନ୍ତ ଅନ୍ୟ ଏକ ଝିଅ ସହିତ ବାଲେଶ୍ୱରରେ ରହୁଥିବା ବେଳେ ୪ବର୍ଷର ଶିଶୁ କନ୍ୟାକୁ ଧରି ଅଭାବ ଅନାଟନରେ ଜୀବନ କାଟୁଛନ୍ତି । ଗତ ୧୬ ।୮ ।୨୧ତାରିଖରେ ଶୁଭକାନ୍ତ ଓ ୨ମାଉସୀ ଶାଶୂ ଅଚାନକ ଘରୁ ବାହାରିଯିବା ପାଇଁ ଧମକ ଦେବା ସହ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଧକ୍କା ବିଧା ମାରିବା ସହ ଘରୁ ନ ଗଲେ କିରୋସିନି ଢ଼ାଳି ପୋଡ଼ି ମାରିଦେବାର ଧମକ ଦେବା ସହ ମୁହଁରେ ତକିଆ ଯାକି ଅଣନିଶ୍ୱାସୀ କରିଦେଇଥିବା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ନୀଳଗିରି ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହ ଘଟଣାର ତଦନ୍ତ ଚାଲିଥିବାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking